ହୀରାକୁଦ ଜଳଭଣ୍ଡାରର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର ଅଫିସ,୨୩ା୯: ଉପରମୁଣ୍ଡରେ ବର୍ଷା ହେଉଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି। ଡ୍ୟାମର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ଏବେ ଜଳସ୍ତର ରହିଛି ୬୨୯.୭୫ ଫୁଟ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୬୭ ହଜାର ୮୫୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ମୋଟ୍‌ ୧୨ଟି ଗେଟ୍‌ ଦେଇ ୨ ଲକ୍ଷ ୨୦ ହଜାର ୬୮୦ ଘନଫୁଟ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାରର ଜଳସ୍ତର ନିୟନ୍ତ୍ରଣକୁ ଆଣିବା ପାଇଁ ଆଉ ୪ଟି ଗେଟ୍‌ ଖୋଲାଯାଇଛି । ଚିନ୍ତାର ବିଷୟ ହେଉଛି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଛତିଶଗଡ଼ ମୁହାଁ ହୋଇଛି। ଯଦି ହୀରାକୁଦର ଉପରମୁଣ୍ଡରେ ବର୍ଷା ହୁଏ ତେବେ ଚିନ୍ତାଜନକ ବିଷୟ।