ବୌଦ୍ଧ,୨୧ା୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ପୁରୁଣା କଟକ ଥାନା ଜିଆକଟା ଗ୍ରାମରେ ବାଣ ବିସ୍ଫୋରଣ ଘଟଣାକୁ ୪ ମାସ ବିତି ନ ଥିବା ବେଳେ ପୁଣି ଶନିବାର ଅପରାହ୍ନରେ ପୁରୁଣା କଟକ ବଙ୍କ କଲୋନୀରେ ବାଣ ବିସ୍ଫୋରଣ ଘଟିଥିଲା। ବାଣ ବିସ୍ଫୋରଣ ଯୋଗୁ ପୂରା ପୁରୁଣା କଟକ ବଜାର ଥରି ଉଠିଥିଲା। ବାଣ ବିସ୍ଫୋରଣ ଯୋଗୁ ଅଞ୍ଚଳ ଧୂଆଁମୟ ହୋଇପଡ଼ିଥିଲା। ହରଭଙ୍ଗା ଦମକଳ କର୍ମଚାରୀ ପହଞ୍ଚି ଆୟତ୍ତ କରିଥିଲେ। ପୁରୁଣା କଟକ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଣ ଥିବା ଘର ମାଲିକ ଆଲୋକ କାଣ୍ଟିଙ୍କୁ ଉଠାଇ ନେଇଯାଇଛି। ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

