୪ ଗଣବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ

ଲାହୋର,୧୬।୧୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାରେ ଦୋଷୀସାବ୍ୟସ୍ତ ୪ ଜଣଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।

ଗତ ଜାନୁୟାରୀରେ ୪ ଅଭିଯୁକ୍ତ ନାସିର ଅହମ୍ମଦ, ମହମ୍ମଦ ଓ୍ବାସିମ, ଉମର ହୟାତ ଏବଂ ଫକୀର ହୁସେନ୍‌ ବାହାଓ୍ବାଲପୁର ଜିଲାର ଛାତ୍ରୀଙ୍କ ଘରେ ପଶି ତାଙ୍କୁ ବଳାତ୍କାର କରିଥିଲେ। ଏଥିସହ ଅଭିଯୁକ୍ତମାନେ ପୀଡ଼ିତାଙ୍କ ଘରୁ ଟଙ୍କା ଓ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ। ବୁଧବାର ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ରାଣା ଅବଦୁଲ ହକିମ୍‌ ମାମଲାର ବିଚାର କରି ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

Share