Categories: ଜାତୀୟ

କଶ୍ମୀର ପଣ୍ଡିତଙ୍କ ହତ୍ୟା ଅଭିଯୁକ୍ତଙ୍କ ପତ୍ନୀ, ହିଜବୁଲ ଆତଙ୍କବାଦୀ ସଲାଉଦ୍ଦିନଙ୍କ ପୁଅ ସମେତ ୪ଜଣଙ୍କୁ ସରକାରୀ ଚାକିରିରୁ ବରଖାସ୍ତ

ଜମ୍ମୁ,୧୩ ।୮: ଜମ୍ମୁ-କଶ୍ମୀର ପ୍ରଶାସନ ଆତଙ୍କବାଦୀ ସଙ୍ଗଠନ ସହ ଜଡିତ ୪ ସରକାରୀ କର୍ମଚାରୀଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଏମାନଙ୍କ ମଧ୍ୟରେ ବିଟ୍ଟା କରାଟେଙ୍କ ପତ୍ନୀ ଜମ୍ମୁ-କଶ୍ମୀର ପ୍ରଶାସନ ସେବାରେ ଥିବାବେଳେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି । ସେହିପରି ସଇଦ ସଲାଉଦ୍ଦିନଙ୍କ ତୃତୀୟ ପୁଅଙ୍କୁ ମଧ୍ୟ ସରକାରୀ ଚାକିରିରୁ ବାହାର କରି ଦିଆଯାଇଛି ।
ବିଟ୍ଟା କରାଟେଙ୍କ ପତ୍ନୀ ଓ କଶ୍ମୀର ବିଶ୍ୱବିଦ୍ୟାଳରେ ଜଣେ ବୈଜ୍ଞାନିକଙ୍କ ସମେତ ୪ ଜଣ ସରକାରୀ କର୍ମଚାରୀଙ୍କୁ ଆତଙ୍କବାଦୀଙ୍କ ସହ ଥିବା ସମ୍ପର୍କକୁ ନେଇ ସରକାରୀ ଚାକିରିରୁ ବାହାର କରିଦିଆଯାଇଛି । ଜମ୍ମୁ-କଶ୍ମୀର ପ୍ରସାଶନ ଆର୍ଟିକଲ ୩୧୧ ଅନୁଯାୟୀ ସେମାନଙ୍କୁ ତୁରନ୍ତ ଚାକିରିରୁ ବିଦା କରି ଦିଆଯାଇଛି ।

Share