Categories: ଜାତୀୟ

ଥଣ୍ଡାରୁ ବର୍ତ୍ତିବା ପାଇଁ ନିଆଁ ଜାଳି ଶୋଇଥିଲେ, ଆଉ ତାପରେ…

ହଜାରିବାଗ,୨୨ା୧୨: ଝାଡ଼ଖଣ୍ଡର ସିରସି ଗ୍ରାମରେ ଏକ ଅଘଟଣ ଘଟିଛି। ଶୋଇଥିବା ଅବସ୍ଥାରେ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୪ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାହୁଲ କୁମାର(୨୦), ଅଖିଳେଶ କୁମାର(୨୧), ପ୍ରିନ୍ସ କୁମାର(୨୦) ଏବଂ ଅର୍‌ମାନ ଅଲି(୧୯)। ସମସ୍ତଙ୍କ ଘର ବିହାରର ବକ୍ସାର ଜିଲାରେ। ସେମାନେ ସିରସିରେ ରହି କମ୍ପ୍ୟୁଟର ପ୍ରଶିକ୍ଷଣ ନେଉଥିଲେ।

ସୂଚନା ଯୋଗ୍ୟ, ପ୍ରବଳ ଥଣ୍ଡାରୁ ରକ୍ଷା ପାଇବା ପାଇଁ ୪ଜଣ ଯୁବକ ଘରେ ନିଆଁ ଜାଳି ଶୋଇଥିଲେ। ହେଲେ ଶୋଇଥିବା ଅବସ୍ଥାରେ ଧୂଆଁରେ ଶ୍ୱାସରୁଦ୍ଧ ସେମାନଙ୍କ ମୃତ୍ୟୁ ଘଟିଥିବା ଡିଏସ୍‌ପି ରାଜୀବ କୁମାର କହିଛନ୍ତି।

Share