ଜନ୍ମ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ ମନୁଷ୍ୟ ଜୀବନର ଏହି ୪ ମୁଖ୍ୟ ନିଷ୍ପତ୍ତି, ଯାହାକୁ ବଦଳାଇବା ଅସମ୍ଭବ

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ପ୍ରତିଟି ମନୁଷ୍ୟ ନିଜ ଭାଗ୍ୟ ନେଇ ଜନ୍ମ ହୋଇଥାନ୍ତି। ଯେତେବେଳେ ଶିଶୁ ମା’ର ଗର୍ଭରେ ଥାଏ, ସେତେବେଳଠାରୁ ତା ଭାଗ୍ୟର ଅନେକ ନିଷ୍ପତ୍ତି ନିଆଯାଏ। ଏହାପରେ କର୍ମ ଅନୁଯାୟୀ କେବଳ ସୁଖ ନହେଲେ ଦୁଃଖ ମିଳିଥାଏ। ଚାଣକ୍ୟ ନିଜର ନୀତିଶାସ୍ତ୍ରରେ କହିଛନ୍ତି, ଏଭଳି ୪ ଜିନିଷ ରହିଛି, ଯାହା ମନୁଷ୍ୟର ଜନ୍ମ ସମୟରୁ ନିର୍ଦ୍ଧାରିତ ଥାଏ। କେହି ଚାହିଁଲେ ବି ଏହାକୁ ବଦଳାଇପାରେ ନାହିଁ।

ଜନ୍ମ ଏବଂ ମୃତ୍ୟୁ: ଚାଣକ୍ୟ କୁହନ୍ତି କିଏ କେତେ ବର୍ଷ ବଞ୍ଚିବ, ସେ ଅଳ୍ପାୟୁ ହେବ ଅଥବା ଦୀର୍ଘାୟୁ ତାହା ସଂସାରକୁ ଆସିବା ପୂର୍ବରୁ ନିର୍ଦ୍ଧାରିତ ଥାଏ। ଏଠାରେ ତାଙ୍କୁ କେବଳ ନିଜର କର୍ମବଳରେ ଜୀବନଯାପନ କରିବାକୁ ପଡ଼ିଥାଏ। ଯିଏ ଜନ୍ମ ନିଏ ତାର ମୃତ୍ୟୁ ନିଶ୍ଚିତ ସମୟରେ ହୋଇଥାଏ। ଏହାକୁ କେହି ବଦଳାଇ ପାରନ୍ତି ନାହିଁ।

କର୍ମ: ଚାଣକ୍ୟ କୁହନ୍ତି ନିଜର କର୍ମ ଅନୁଯାୟୀ ମନୁଷ୍ୟ ସୁଖଦୁଃଖ ଭୋଗିଥାଏ। କର୍ମ କେବଳ ବର୍ତ୍ତମାନ ନୁହେଁ ବରଂ ପୂର୍ବଜନ୍ମରୁ ମଧ୍ୟ ନିର୍ଦ୍ଧାରିତ ହୋଇଥାଏ। ଏହାକୁ ନେଇ ତାକୁ ଭଲ ଏବଂ ଖରାପ ସମୟ ଭୋଗିବାକୁ ପଡ଼ିଥାଏ।

ଧନ ଏବଂ ବିଦ୍ୟା: ଚାଣକ୍ୟ କୁହନ୍ତି ଜନ୍ମର ପୂର୍ବରୁ ପିଲାର ଭାଗ୍ୟରେ ଧନ ଲାଭର ଯୋଗ ରହିଛି ନା ନାହିଁ ତାହା ନିର୍ଦ୍ଧାରିତ ହୋଇଥାଏ। ଏହାଛଡ଼ା ବିଦ୍ୟାର ଯୋଗ ମଧ୍ୟ ପ୍ରଥମରୁ ନିର୍ଦ୍ଧାରିତ ଥାଏ। ପିଲାଟି କେଉଁ ଯାଏ ପଢ଼ିବ, ଏହାର ସଦୁପଯୋଗ କିଭଳି କରିପାରିବ, କେଉଁ କ୍ଷେତ୍ରରେ ନାଁ କରିବ ଏବଂ ନିଜ ଜୀବନରେ କେତେ ସଫଳ ହେବ ତାହା ପୂର୍ବରୁ ନିର୍ଦ୍ଧାରିତ ଥାଏ।