Categories: ଖେଳ

ଆର୍‌ସିବି-ହାଇଦ୍ରାବାଦ ମ୍ୟାଚ୍‌ରେ ନିଆରା ଦୃଶ୍ୟ: ଗୋଟିଏ ମ୍ୟାଚ୍‌ରେ ନଜର ଆସିଲେ ୪ ଦେଶର ଅଧିନାୟକ

ଆବୁଧାବି,୭।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)-୨୦୨୦ ର ଦ୍ୱିତୀୟ ଏଲିମିନେଟର ମ୍ୟାଚ୍‌ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳା ଯାଇଛି। ଉଭୟ ଟିମ୍‌ ପାଇଁ ଏହା ଡୁ ଅର୍‌ ଡାଏ ମ୍ୟାଚ୍‌ ଥିଲା। ହେଲେ ଏଥିରେ ହାଇଦ୍ରାବାଦ ଟିମ୍‌ ବାଜିମାତ କରିଥିଲା। ଆର୍‌ସିବି ବିପକ୍ଷରେ ଭଲ ପ୍ରଦର୍ଶନ କରି ଦଳ ୬ ଉଇକେଟରେ ମ୍ୟାଚ୍‌ ଜିତିଥିଲା। ତେବେ ଏହି ମ୍ୟାଚ୍‌ରେ ଏକ ମନୋରମ ଦୃଶ୍ୟ ଦେଖିବାକୁ ମିଳିଥିଲା। କାରଣ ଏହି ମ୍ୟାଚ୍‌ରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଚାରି ଦେଶର କ୍ରିକେଟ୍‌ ଟିମ୍‌ର ଅଧିନାୟକ ଉପସ୍ଥିତ ଥିଲେ।

ବାଙ୍ଗାଲୋର ଟିମ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଏବଂ ଅଷ୍ଟ୍ରେଲିୟା ଦଳର ଅଧିନାୟକ ଆରୋନ ଫିଞ୍ଚ ଥିଲେ। ସେହିଭଳି ଅପରପକ୍ଷେ ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ରେ ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ବିଲିୟମସନ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ଅଧିନାୟକ ଜେସନ ହୋଲ୍ଡର ଥିଲେ। ଅର୍ଥାତ ଗୋଟିଏ ମ୍ୟାଚ୍‌ରେ ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଓ୍ବେଷ୍ଟଇଣ୍ଡିଜ- ଚାରି ଦେଶର ଅଧିନାୟକ ଉପସ୍ଥିତ ଥିଲେ। ଏହା ବ୍ୟତିତ ବାଙ୍ଗାଲୋର ଟିମ୍‌ରେ ପୂର୍ବରୁ ନିଜ ଦେଶର ଦଳର ଦାୟିତ୍ୱ ନେଇଥିବା ଏବି ଡିଭିଲିୟର୍ସ ଏବଂ ମୋଇନ୍‌ ଅଲିଙ୍କ ଭଳି ଖେଳାଳି ଉପସ୍ଥିତ ଥିଲେ।

ମ୍ୟାଚ୍‌ରେ ପ୍ରଦର୍ଶନ:
କେନ୍‌ ଓ୍ବିଲିୟମ୍‌ସନ-୫୦(ନଟ୍‌ ଆଉଟ୍‌)
ଜେସନ ହୋଲ୍ଡର-୨୪(ନଟ୍‌ ଆଉଟ୍‌) ଏବଂ ୩ ଓ୍ବିକେଟ୍‌
ଆରୋନ ଫିଞ୍ଚ-୩୨ ରନ୍‌
ବିରାଟ କୋହଲି-୬ ରନ୍‌

Share