Categories: ଫୁରସତ

୪ ଯୁବକ ଦେଖାଇଲେ ଏମିତି ଷ୍ଟଣ୍ଟ, ଆପଣ ବି ଏହି ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୪ ଯୁବକ ଏକ ଦଉଡ଼ି ସାହାଯ୍ୟରେ ଆଖି ଲାଖିଯିବା ପରି ଷ୍ଟଣ୍ଟ୍‌ ଦେଖାଇଛନ୍ତି। ଏହା ଦେଖି ଦେଖଣାହାରୀ ଚକିତ ହୋଇଯାଇଛନ୍ତି। ଏହି ୪ ଯୁବକ ଦଉଡ଼ି ସହିତ ଭିନ୍ନ ଭିନ୍ନ ତରିକାରେ ଷ୍ଟଣ୍ଟ୍‌ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ପାର୍କରେ ୪ ଜଣ ଯୁବକ ଏକ ଦଉଡ଼ି ସାହାଯ୍ୟରେ ନିଜ ନିଜର କସରତ ଦେଖାଉଛନ୍ତି। ଏହାକୁ କେହି ରେକର୍ଡିଂ କରି ସୋସିଆଲ ମିଡିଆରେ ଭାଇରାଲ କରି ଦେଇଛନ୍ତି। ପ୍ରଥମେ ଦୁଇ ଯୁବକ ଅନ୍ୟ ଦୁଇ ଯୁବକଙ୍କ କାନ୍ଧରେ ବସୁଛନ୍ତି। ପରେ ଏହି ଦଉଡ଼ି ଉପରେ ଡେଉଁଛନ୍ତି। ଏହା ପରେ ହଠାତ୍‌ ଦୁଇଜଣ ଅନ୍ୟ ଦୁଇଜଣଙ୍କ କାନ୍ଧରୁ ଓହ୍ଲାଇ ଯାଉଛନ୍ତି। ପୁଣି ୪ ଯୁବକ ଏକା ସାଙ୍ଗରେ ଦଉଡ଼ିକୁ ଡେଉଁଛନ୍ତି। ଜଣଙ୍କ ପରେ ଜଣେ ଦଉଡ଼ି ଡେଉଁଛନ୍ତି। ଭିଡିଓଟକୁ ଇନ୍‌ଷ୍ଟାଗ୍ରାମରେ ଜୋରାଓ୍ବର ସିଂହ ନାମକ ଜଣେ ବ୍ୟକ୍ତି ଶେୟାର କରିଛନ୍ତି।

Share