Categories: ଜାତୀୟ

ଫୁଟ୍‌ବଲ ଷ୍ଟାଡିୟମରେ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୧୬।୯: କର୍ନାଟକ ରାଜ୍ୟ ଫୁଟବଲ ଆସୋସିଏଶନ (କେଏସ୍‌ଏଫ୍‌ଏ) ଷ୍ଟାଡିୟମରେ ଗତ ରବିବାର ସନ୍ଧ୍ୟାରେ ଅରବିନ୍ଦ ଓରଫ ଲିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ଷ୍ଟାଲିନ ଜଣେ ପୁରୁଣା ବେଙ୍ଗାଲୁରୁ ବାସୀନ୍ଦା। ସେ ତାଙ୍କ ସହଯୋଗୀ ଲୁଇସ ଜ୍ୟାକ, ଅରୁଣ କୁମାର ଓ ବିଜୟ କୁମାରଙ୍କ ସହ ମିଶି ଅରବିନ୍ଦଙ୍କୁ ହତ୍ୟା କରିଥିଲେ।

ରବିବାର ସନ୍ଧ୍ୟାରେ ୫ ଜଣିଆ ଗ୍ୟାଙ୍ଗ ଅରବିନ୍ଦଙ୍କୁ ବିବିଏମ୍‌ପି ଗ୍ରାଉଣ୍ଡରେ ଘେରି ଯାଇଥିଲେ। ଜୀବନ ବଞ୍ଚାଇବା ପାଇଁ ଅରବିନ୍ଦ କେଏସ୍‌ଏଫ୍‌ଏ ଫୁଟ୍‌ବଲ ଷ୍ଟାଡିୟମରେ ପଶି ରେଫରିଙ୍କ ରୁମ୍‌ରେ ନିଜକୁ ବନ୍ଦ କରି ଦେଇଥିଲେ। କିନ୍ତୁ ଅଭିଯୁକ୍ତମାନେ କବାଟ ଭାଙ୍ଗି ମାରଣାସ୍ତ୍ରରେ ଅରବିନ୍ଦଙ୍କୁ ହତ୍ୟା କରିଥିଲେ। ଷ୍ଟାଡିୟମରେ ଚାଲିଥିବା ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟର ଏକ ମ୍ୟାଚ୍‌ ଆରମ୍ଭ ହେବାର କିଛି ମିନିଟ୍‌ ପୂର୍ବରୁ ଘଟିଥିଲା ଏହି ହତ୍ୟାକାଣ୍ଡ୍‌। ଏଥି ଯୋଗୁ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଥିଲା।

Share