Categories: ଜାତୀୟ

ସାଢ଼େ ୨୨ କିଲୋ ଓଜନ ରୁପା ଇଟାରେ ରାମମନ୍ଦିରର ମୂଳଦୁଆ ହେବ ସ୍ଥାପନ…

ଅଯୋଧ୍ୟା, ୨୮।୭: ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମମନ୍ଦିରର ଭୂମି ପୂଜନ କରିବେ। ଏହି ସମୟରେ ୨୨ କିଲୋଗ୍ରାମ୍‌ ୬୦୦ ଗ୍ରାମ୍‌ ଓଜନର ରୁପା ଇଟାରେ ମନ୍ଦିରର ମୂଳଦୁଆ ସ୍ଥାପିତ ହେବ। ଏହି ଇଟାର ଆନୁମାନିକ ଦାମ ୧୫ଲକ୍ଷ ୫୯ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ପୂର୍ବାହ୍ନ ୧୧ଟା ୩୦ରେ ପ୍ରଧାନମନ୍ତ୍ରୀ ମନ୍ଦିର ପରିସରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବରେ ୨୦୦ ଜଣ ଅତିଥି ଉପସ୍ଥିତ ରହିବେ। ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ଆତଙ୍କବାଦୀ ଆକ୍ରମଣ ସମ୍ପର୍କିତ ସତର୍କ ସୂଚନା ମିଳିବା ପରେ ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share