ବଡ଼ଗାଁ,୬ା୧୧(ଅଶୋକ ଷଡ଼ଙ୍ଗୀ): ବିଦ୍ୟାଳୟ ନିମନ୍ତେ ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଭିସି ମାଧ୍ୟମରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକର ଟିକିଲିପଡ଼ା ଓ ପାମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଏହି ଆଦର୍ଶ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି।
ଟିକିଲିପଡ଼ାଠାରେ ଆୟୋଜିତ ଶିଳାନ୍ୟାସ ସମାରୋହରେ ବଡ଼ଗାଁ ବ୍ଲକ ଅଧ୍ୟକ୍ଷା ଦୁଲାରୀ ସୋରେଙ୍ଗ, ଉପାଧ୍ୟକ୍ଷ ରଶ୍ମିତା ପଟେଲ, ଜିଲା ପରିଷଦ ସଭ୍ୟ ଅମୀୟ କୁମାର ପ୍ରଧାନ, ବଡ଼ଗାଁ ବିଡିଓ ପୂର୍ଣ୍ଣଚନ୍ଦ୍ର ଭୋଇ, ବିଧାୟକ ପ୍ରତିନିଧି ବାବୁଲି କର୍ସେଲ, ବିଜେଡି ଜିଲା କାର୍ଯ୍ୟକର୍ତ୍ତା ଅରୁଣ ଦୀକ୍ଷିତ, ଭେଷଜ ବାରିକ, ଫକିର ଦେଓ, ବସନ୍ତ ଦେଓ, ନାରାୟଣ ଠେମରିଆ ଓ ଅକ୍ଷୟ ଦେଓ ପ୍ରମୁଖ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ଓ ସାମାଜିକ କର୍ମୀ ମାନେ ଉପସ୍ଥିତ ରହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
ପାମରା ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ବଡ଼ଗାଁ ତହସିଲଦାର ଝରଣା ପ୍ରଧାନ, ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତି ମୁନି ସୁରେଖା ହରୋ, ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସାରଙ୍ଗଧର ବରିହା, ସାଂସଦ ପ୍ରତିନିଧି ଶିଶିର ରାଉତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ଚତୁର୍ଭୁଜ ରଉଡ଼ିଆ, ସରପଞ୍ଚ ଏମାନେଲି ଡୁଙ୍ଗଡୁଙ୍ଗ ଓ ନାଏବ ସରପଞ୍ଚ ଲଲିତ ରାଉତ ଯୋଗଦେଇଥିଲେ। ଟିକିଲିପଡା ହାଇସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମକୁ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୀର ବିକ୍ରମ ସିଂ ଦେଓ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। ଉଭୟ ସ୍ଥାନରେ ଅତିଥିମାନଙ୍କ ଉପସ୍ଥିତିରେ ଶିଳାନ୍ୟାସ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।