ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ): ଭଞ୍ଜନଗର ରୋଟାରୀ କ୍ଳବର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ସଭାପତି ବସନ୍ତ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ରାମଚନ୍ଦ୍ର ମିଶ୍ର ବାର୍ଷିକ ବିବରଣୀ ସହ କ୍ଳବର କାର୍ଯ୍ୟକ୍ରମ ଉପରେ କହିଥିଲେ ।
ଏହି ଅବସରରେ ପୂର୍ବତନ ସଭାପତି ଶ୍ରୀରାମ ପ୍ରସାଦ ପାଳ, ସନ୍ତୋଷ କୁମାର ଜେନା ଓ ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପ୍ରାକ୍ତନ ସଭାପତି ପ୍ରଦ୍ୟୁମ୍ନ କୁମାର ମଳିକ ରୋଟାରୀ କ୍ଲବର ସେବା କାର୍ଯ୍ୟ ସମ୍ପର୍କରେ କହିଥିଲେ। ଅନ୍ୟତମ ପ୍ରାକ୍ତନ ସଭାପତି ରବୀନ୍ଦ୍ର ପାଣିଗ୍ରାହୀ, ସନତ କୁମାର ସୁବୁଦ୍ଧି ଅତୀତର କାର୍ଯ୍ୟ ସହ ଏହାର ଉଦ୍ଦେଶ୍ୟ ଏବଂ ଲକ୍ଷ୍ୟ ଉପରେ ଅବଗତ କରାଇଥିଲେ।
ଆଗାମୀ ୨୦୨୫-୨୬ ସଭାପତି ରଞ୍ଜିତ କୁମାର ବାରିକ ଚଳିତ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଉପରେ ମନ୍ତବ୍ୟ ପ୍ରଦାନ ସହ ସମସ୍ତଙ୍କ ସହଯୋଗରେ କ୍ଳବର ସେବା ଓ ସହଯୋଗ କାମନା କରିଥିଲେ l କ୍ଲବର ସମସ୍ତ ସଭ୍ୟ ଓ କର୍ମକର୍ତ୍ତାଙ୍କ ସହମତରେ ମହିଳାମାନଙ୍କୁ ନେଇ ଏକ ଇନର ହୁଇଲ କ୍ଳବ ଗଠନ କରାଯାଇଥିଲା ।
ସୁନିତା ବାରିକଙ୍କୁ ଏହାର ସଭାନେତ୍ରୀ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଏସ୍ ବବିତା ସୁବୁଦ୍ଧିଙ୍କୁ ସମ୍ପାଦିକା ଭାବେ ଚୟନ କରାଯାଇଥିଲା l ପରବର୍ତ୍ତୀ ସମୟରେ ବାଇ ଲ୍ ଅନୁସାରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସଭାନେତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ଶତାଧିକ ରୋଟାରୀ ପରିବାର ଯୋଗ ଦେଇଥିଲେ। ଶେଷରେ ସୁଧୀର କୁମାର ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ l


