ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଆୟୋଜିତ ସଭାରେ ଅଧ୍ୟକ୍ଷ ଚିନ୍ତାମଣି ପଲାଇ ସଭାପତିତ୍ୱ କରିଥିଲେ।

ଶିକ୍ଷୟିତ୍ରୀ ମଧୁସ୍ମିତା ପ୍ରିୟଦର୍ଶନୀ ସ୍ୱାଗତ ଅଭିଭାଷଣ ସହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ପରେ ବିଦ୍ୟାଳୟ ଅଧ୍ୟକ୍ଷ ଉଦ୍‌ବୋଧନ ଦେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ଅବଗତ କରାଇଥିଲେ। ଛାତ୍ରୀଛାତ୍ରମାନେ ଉତ୍ତମ ବିଦ୍ୟାର୍ଥୀ ହୋଇ ଭବିଷ୍ୟତରେ ବିଦ୍ୟାଳୟକୁ ଗୌରବାନ୍ୱିତ କରିବା ସହ ଦେଶସେବାରେ ବ୍ରତୀ ହେବାକୁ ସେ ପରାମର୍ଶ ଦେଇଥିଲେ।

ବିଦ୍ୟାଳୟର କେତେକ ଛାତ୍ରୀଛାତ୍ର ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷକ ତେଜେନ୍ଦ୍ର ମାଳି ମଞ୍ଚ ପରିଚାଳନା କରିଥିଲେ। କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, ବକ୍ତୃତା, ପ୍ରବନ୍ଧ ଲିଖନ, ସାଧାରଣ ଜ୍ଞାନ ଏବଂ ବାକ୍‌ନିପୁଣତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା।

ଶେଷରେ ପ୍ରବଳ ବର୍ଷା ସତ୍ତ୍ୱେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍‌ ଚିତ୍ତାକର୍ଷକ ହୋଇଥିଲା। ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ରଜତ କିରଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share