Categories: ଜାତୀୟ

ଟିଆରପି ଠକେଇ ମାମଲା: ଅର୍ଣ୍ଣବଙ୍କ ବିରୋଧରେ ପୋଲିସ ନିକଟରେ ରହିଛି ପ୍ରମାଣ

ମୁମ୍ବାଇ,୬।୧- ଟେଲିଭିଜନ ରେଟିଂ ପଏଣ୍ଟସ (ଟିଆରପି) ଠକେଇ ମାମଲା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ରିପବ୍ଲିକ ଟିଭି ଓ ଏହାର ଏଡିଟର ଇନ୍‌ ଚିଫ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବା ମୁମ୍ବାଇ ପୋଲିସ ବୁଧବାର ହାଇକୋର୍ଟରେ କହିଛନ୍ତି। ଏହି କାରଣରୁ ଚ୍ୟାନେଲର କର୍ମଚାରୀଙ୍କୁ କୌଣସି ପ୍ରକାର ସୁରକ୍ଷାକୁ ବିରୋଧ କରିଛି ମୁମ୍ବାଇ ପୋଲିସ।

ହେଲେ ହାଇକୋର୍ଟ ମୁମ୍ବାଇ ପୋଲିସର କିଛି ଯୁକ୍ତି ନ ଶୁଣି ମାମଲାକୁ ସ୍ଥଗିତ ରଖିଥିବାକୁ ନିଷ୍ପତ୍ତି ନେଇଥିଲେ। ଜାନୁୟାରୀ ୧୫ ତାରିଖରେ ହେବାକୁ ଥିବା ଏହି ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାକୁ ପ୍ରତିଶ୍ରୁତି ଦେଇଛି ପୋଲିସ। ଉଲ୍ଲେଖଥାଉ କି, କିଛି ଚ୍ୟାନେଲ ବିଜ୍ଞାପନରୁ ଅଧିକ ଆୟ କରିବା ଲାଗି ଟିଆରପି ଠକେଇ କରୁଥିବା ବ୍ରଡକାଷ୍ଟ ଅଡିଏନ୍ସ ରିସର୍ଚ୍ଚ କାଉନ୍ସିଲ (ବିଏଆରସି) ଗତବର୍ଷ ଅଭିଯୋଗ କରିଥିଲା। ଏହାପରେ ଟିଆରପି ଠକେଇ ମାମଲା ସାମ୍ନାକୁ ଆସିଥିଲା।

Share