Categories: ଫୁରସତ

ଦୁର୍ଗାପୂଜାରେ ଏସବୁ ରାଶିର ଚମକିବ ଭାଗ୍ୟ !

ନୂଆଦିଲ୍ଲୀ, ୨୧।୧୦: ଦୁର୍ଗାପୂଜା ଅବସରରେ ଶୁକ୍ର ମହାଗ୍ରହ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଅକ୍ଟୋବର ୨୩ରେ ଶୁକ୍ର ସିଂହ ରାଶି ତ୍ୟାଗ କରି କନ୍ୟା ରାଶିରେ ପ୍ରବେଶ କରିବେ। ଶୁକ୍ର ମହାଗ୍ରହ କନ୍ୟା ରାଶିରେ ୨୫ ଦିନ ପର୍ଯ୍ୟନ୍ତ ରହିବେ। ଶୁକ୍ର ହେଉଛନ୍ତି ଭୋଗ ବିଳାସ, ସୁଖ ସୁବିଧା ଏବଂ ପ୍ରେମ କାରକ ଗ୍ରହ। ତାଙ୍କର ପ୍ରଭାବରେ ରାଶି ଚକ୍ରର ସମସ୍ତ ରାଶି ପ୍ରଭାବିତ ହେବେ। ତେବେ ଶୁକ୍ରଙ୍କ କନ୍ୟା ରାଶିରେ ପ୍ରବେଶ ଯୋଗୁ ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ମକର ଆଦି ୬ଟି ରାଶିର ଜାତକଙ୍କର ଭାଗ୍ୟ ଚମକିବ। ଶୁକ୍ର ବୃଷ ଏବଂ ତୁଳା ରାଶିର ଅଧିପତି ହୋଇଥିବାରୁ ଏସବୁ ରାଶି ଜାତକଙ୍କର ବିଦେଶ ଯାତ୍ରା, ଧନସମ୍ପତ୍ତି ଲାଭ, ପ୍ରେମ ପ୍ରଣୟରେ ସଫଳତା, ନୂଆ ଯାନବାହାନ କିଣିବା, ଲଟେରୀରେ ସଫଳତା ହାସଲ କରିବା ଆଦି ଯୋଗ ରହିଛି। ସେହିପରି ପାରିବାରିକ ଜୀବନ ଏସବୁ ଦୁଇ ରାଶି ଜାତକଙ୍କ ଶାନ୍ତି ଓ ପ୍ରେମମୟ ହୋଇ ଉଠିବ। ସେହିପରି ମିଥୁନ ଏବଂ କନ୍ୟା ରାଶିର ଅଧିପତି ହେଉଛନ୍ତି ବୁଧ। ବୁଧଙ୍କ ସହିତ ଶୁକ୍ରଙ୍କର ମିତ୍ର ସମ୍ପର୍କ ରହିଥିବାରୁ ଏସବୁ ଜାତକ ଜମିଜମା, ଶେୟାର ବଜାର, ଉଚ୍ଚଶିକ୍ଷା ଆଦିରେ ସଫଳତା ହାସଲ କରିବେ। କର୍କଟ ରାଶିର ଅଧିପତି ହେଉଛନ୍ତି ଚନ୍ଦ୍ର। ଶୁକ୍ର ଏବଂ ଚନ୍ଦ୍ରଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାରୁ ଏହି ରାଶି ଜାତକଙ୍କୁ ବ୍ୟବସାୟରେ ସଫଳତା ମିଳିବ। ନୂତନ ଯାନବାହାନ କିଣିବାର ଅବସର ଜୁଟିବ। ମକର ରାଶିର ଅଧିପତି ହେଉଛନ୍ତି ଶନି। ଶୁକ୍ର ଏବଂ ଶନିଙ୍କ ମଧ୍ୟରେ ମିତ୍ର ସମ୍ପର୍କ ରହିଛି। ଏହି ରାଶିର ଜାତକଙ୍କୁ ଦୁର୍ଗାପୂଜା ଅବସରରେ ଭାଗ୍ୟରେ ପୂର୍ଣ୍ଣ ସହଯୋଗ ମିଳିବ। ପ୍ରତିଟି କାର୍ଯ୍ୟରେ ସଫଳତା ମିଳିବା ସହିତ ପ୍ରେମ ସମ୍ପର୍କ ପାଇଁ ସମୟ ଉପଯୋଗୀ ସାବ୍ୟସ୍ତ ହେବ।

Share