Categories: ଜାତୀୟ

ପୂର୍ବରୁ ଥିଲା ଆତଙ୍କବାଦ କେନ୍ଦ୍ର, ଏବେ ପାଲଟିଛି ପର୍ଯ୍ୟଟନସ୍ଥଳୀ…

ଶ୍ରୀନଗର,୫।୧୦ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦୀର୍ଘବର୍ଷ ଧରି ଜମ୍ମୁ-କଶ୍ମୀରର ଅନେକ ସହର ଆତଙ୍କବାଦର କେନ୍ଦ୍ର ପାଲଟିଥିଲା।, କିନ୍ତୁ ଧୀରେ ଧୀରେ ବର୍ତ୍ତମାନ ସେସବୁ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ଶାହା କହିଛନ୍ତି ଯେ ଆତଙ୍କବାଦ ବିରୋଧରେ କେନ୍ଦ୍ରର ଭାଜପା ସରକାର ନୀତି ସ୍ପଷ୍ଟ କରିଛନ୍ତି।

ଆତଙ୍କବାଦ ଉପରେ ଆକ୍ରମଣ ପାଇଁ ସେନା ସମେତ ଅନେକ ସୁରକ୍ଷା ଏଜେନ୍ସିକୁ ମୁକ୍ତ ଭାବେ କାର୍ଯ୍ୟ କରିବାକୁ ଅଧିକାର ପ୍ରଦାନ କରାଯାଇଛି। ଆତଙ୍କବାଦୀଙ୍କ ଠାରୁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ସୁରକ୍ଷା ଯୋଗାଇବା ସରକାରଙ୍କ ପ୍ରାଥମିକତା।

ବୁଧବାର ଜମ୍ମୁ-କଶ୍ମୀରର ବାରାମୁଳାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଶାହା ଏଭଳି କହିଛନ୍ତି । ଗତ କିଛି ବର୍ଷ ମଧ୍ୟରେ ସୀମା ଆରପାର୍ଶ୍ୱରୁ ଆତଙ୍କବାଦୀଙ୍କ ଅନୁପ୍ରବେଶରେ ହ୍ରାସ ଘଟିଛି। ଶାହା କହିଛନ୍ତି ଯେ ସୀମାରେ ପ୍ରବେଶ କରୁଥିବା ଆତଙ୍କବାଦୀଙ୍କୁ ଉପଯୁକ୍ତ ଉତ୍ତର ଦେବାକୁ ସୀମାରେ ଥିବା ସୁରକ୍ଷା ଏଜେନ୍ସିମାନଙ୍କୁ ସ୍ବାଧୀନତା ଦିଆଯାଇଛି।

Share