ପୁଣିଥରେ ଆକ୍ଟିଭ ହେଲା ଡୋନାଲ୍ଡ ଟ୍ରମ୍ଫଙ୍କ ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ

ୱାଶିଂଟନ,୧୦ ।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ପୁଣିଥରେ ଫେସବୁକ ଓ ଇନଷ୍ଟାଗ୍ରାମରେ ତାଙ୍କର ପ୍ରତିକ୍ରିୟା ଦେବେ । ମେଟା ତାଙ୍କ ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭ କରି ଦେଇଛି । ଫେସବୁକ ୨ ବର୍ଷ ପୂର୍ବରୁ ଟ୍ରମ୍ଫଙ୍କ ଆକାଉଣ୍ଟକୁ ବ୍ୟାନ କରିଦେଇଥିଲା ।

ସୂଚନାଯୋଗ୍ୟ, ଆମେରିକା ସଂସଦରେ ୬ ଜାନୁୟାରୀ ୨୦୨୧ରେ ହୋଇଥିବା ଆକ୍ରମଣ ପରେ ଫେସବୁକ ଡୋନାଲ୍ଡ ଟ୍ରମ୍ଫଙ୍କୁ ବ୍ୟାନ କରିଦେଇଥିଲା । ଡୋନାଲ୍ଡ ଟ୍ରମ୍ଫ ସେତେବେଳେ ଦାବି କରିଥିଲେ କି ୨୦୨୦ ରାଷ୍ଟ୍ରପତି ନିର୍ବାଚନ ସମୟରେ ମତଦାତାଙ୍କ ମଧ୍ୟରେ ବଡଧରଣର ଭ୍ରମ ସୃଷ୍ଟି କରାଯାଇଥିଲା । ଏହାପରେ ଫେସବୁକ ଡୋନାଲ୍ଡ ଟ୍ରମ୍ଫଙ୍କ ଏହି କଥା ଉପରେ ହିଂସାକୁ ଉସକାଇବା ଅଭିଯୋଗରେ ତାଙ୍କ ଆକାଉଣ୍ଟକୁ ବ୍ୟାନ କରିଦେଇଥିଲା । ଟୁଇଟର ବି ଡୋନାଲ୍ଡ ଟ୍ରମ୍ଫଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲା । ଏବେ ଏଲନ ମସ୍କ ଟୁଇଟର ଅଧିଗ୍ରହଣ କରିବା ପରେ ଡୋନାଲ୍ଡ ଟ୍ରମ୍ଫଙ୍କ ଆକାଉଣ୍ଟକୁ ପୁଣିଥରେ ଆକ୍ଟିଭ କରି ଦିଆଯାଇଥିଲା । ହେଲେ ଏବେ ପର୍ଯ୍ୟନ୍ତ ଟ୍ରମ୍ଫ କୌଣସି ଟୁଇଟ କରି ନାହାନ୍ତି । ବରଂ ସେ ତାଙ୍କର ନିଜସ୍ୱ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରୁଛନ୍ତି ।

Share