Posted inଜାତୀୟ

ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଆମେରିକାର ପୂର୍ବତନ ସେନା ଅଧିକାରୀ, କହିଲେ ମୋଦି…

ନୂଆଦିଲ୍ଲୀ, ୧୫।୫: ପୂର୍ବତନ ପେଣ୍ଟାଗନ ଅଧିକାରୀ ତଥା ଆମେରିକୀୟ ଏଣ୍ଟରପ୍ରାଇଜ ଇନଷ୍ଟିଟ୍ୟୁଟର ବରିଷ୍ଠ ଫେଲୋ ମାଇକେଲ ରୁବିନ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ଯୁଦ୍ଧବିରତି ସମ୍ପର୍କରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ଭାରତୀୟମାନେ “ଗମ୍ଭୀରତାର ସହ ନେବା ଉଚିତ ନୁହେଁ’। ଟ୍ରମ୍ପ ଦାବି କରିଛନ୍ତି ଯେ ତାଙ୍କ ପ୍ରଶାସନ ଏହି ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଛି, କିନ୍ତୁ ରୁବିନ ଏହାକୁ ଟ୍ରମ୍ପଙ୍କ ଅତିରଞ୍ଜିତ ଦାବି ବୋଲି କହିଛନ୍ତି।

ଏକ ସାକ୍ଷାତକାରରେ ରୁବିନ କହିଛନ୍ତି, “ଡୋନାଲ୍ଡ ଟ୍ରମ୍ପ ସବୁ କାମରେ ଶ୍ରେୟ ନେବାକୁ ପସନ୍ଦ କରନ୍ତି। ତାଙ୍କ ମତରେ, ସେ ବିଶ୍ୱକପ ଜିତିଛନ୍ତି, ଇଣ୍ଟରନେଟ ଉଦ୍ଭାବନ କରିଛନ୍ତି ଏବଂ କର୍କଟ ରୋଗର ଚିକିତ୍ସା କରିଛନ୍ତି। ଭାରତୀୟମାନେ ଆମେରିକୀୟମାନଙ୍କ ପରି ହେବା ଉଚିତ ଏବଂ ଟ୍ରମ୍ପଙ୍କୁ ଆକ୍ଷରିକ ଭାବେ ଗ୍ରହଣ କରିବା ଉଚିତ ନୁହେଁ।” ସେ ଆହୁରି କହିଛନ୍ତି ଯେ ଭାରତ ଏହି ସଂଘର୍ଷରେ କୂଟନୈତିକ ଏବଂ ସାମରିକ ଦୃଷ୍ଟିରୁ ବିଜୟୀ ହୋଇଛି।

ଗତ ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିହତ ହୋଇଥିବା ପରେ ଭାରତୀୟ ସଶସ୍ତ୍ର ବାହିନୀ ମେ ୭ରେ ଅପରେଶନ ସିନ୍ଦୂର ଆରମ୍ଭ କରିଥିଲେ। ଏହି ଅଭିଯାନରେ ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଭିତ୍ତିଭୂମିକୁ ଲକ୍ଷ୍ୟ କରାଯାଇଥିଲା, ଯେଉଁଥିରେ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୋଇବା ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ସଂଗଠନର ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।

ରୁବିନ ଦାବି କରିଛନ୍ତି ଯେ ଭାରତର ସଠିକ ଆକ୍ରମଣ ପାକିସ୍ତାନର ବିମାନମାନଙ୍କୁ ନିଷ୍କ୍ରିୟ କରିଦେଇଥିଲା, ଯାହା ପରେ ପାକିସ୍ତାନ “ଭୟଭୀତ କୁକୁର ପରି’ ଯୁଦ୍ଧବିରତି ପାଇଁ ଦୌଡ଼ିଥିଲା। ସେ ଆହୁରି କହିଛନ୍ତି, “ପାକିସ୍ତାନ ଏହାକୁ କୌଣସି ଭାବେ ଢାଙ୍କି ପାରିବ ନାହିଁ ଯେ ସେମାନେ କେବଳ ହାରି ନାହାନ୍ତି, ବରଂ ବହୁତ ଖରାପ ଭାବେ ହାରିଛନ୍ତି।”

ଅନ୍ୟପକ୍ଷରେ, ଭାରତ ସରକାର ଟ୍ରମ୍ପଙ୍କ ମଧ୍ୟସ୍ଥତା ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଯୁଦ୍ଧବିରତି ଭାରତ ଓ ପାକିସ୍ତାନର ସୈନ୍ୟ ଅପରେଶନ ମହାନିର୍ଦ୍ଦେଶକ (ଡିଜିଏମଓ) ମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ହାସଲ ହୋଇଥିଲା। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରନ୍ଧୀର ଜୟସୱାଲ କହିଛନ୍ତି, “ଅପରେଶନ ସିନ୍ଦୁର ଆରମ୍ଭ ହେବାରୁ ଯୁଦ୍ଧବିରତି ହେବା ପର୍ଯ୍ୟନ୍ତ ଭାରତ ଓ ଆମେରିକୀୟ ନେତାଙ୍କ ମଧ୍ୟରେ ସାମରିକ ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା, କିନ୍ତୁ ବାଣିଜ୍ୟ ସମ୍ପର୍କିତ କୌଣସି ଆଲୋଚନା ହୋଇ ନଥିଲା।”


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…

କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…

ମିଶାଇଲ ଆକ୍ରମଣ ପରେ କେମିତି ବଞ୍ଚିଗଲେ ଇରାନର ନୂଆ ସୁପ୍ରିମ ଲିଡର, ଲିକ ଅଡିଓ ଖୋଲିଲା ଗୁମର!

ତେହରାନ୍‌,୧୭।୩: ଇରାନର ନୂଆ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ଫେବୃଆରୀ ୨୮ରେ ହୋଇଥିବା ଏକ ଆମେରିକୀୟ-ଇସ୍ରାଏଲୀୟ ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏକ ଲିକ ହୋଇଥିବା ଅଡିଓ…

ଚୈତ୍ରପର୍ବର ଦ୍ୱିତୀୟ ମଙ୍ଗଳବାର, ମା’ ତାରାତାରିଣୀଙ୍କ ଦର୍ଶନ ଲାଗି ପୀଠରେ ଭକ୍ତଙ୍କ ଭିଡ଼

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦ୍ବିତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ତଣ୍ଟିରେ ଲାଗିଗଲା ରସଗୋଲା: ଆଉ ତା’ପରେ ଘଟିଲା, ଜାଣିଲେ ହେବେ ଚକିତ

ଜାମସେଦପୁର,୧୭ା୩:ବିବାହ ଉତ୍ସବରେ ଭୋଜି ଖାଇବାବେଳେ ତଣ୍ଟିରେ ରସଗୋଲା ଲାଖିଯିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଗତ ଶନିବାର ଏଠାକାର ମାଲିୟାନ୍ତା…

ନିଆଁରେ ଜଳୁଥିଲେ ମେନକା, ଚିତ୍କାର କରି ଡାକୁଥିଲେ ପୁଅ: ଛାଡ଼ିଲେନି SCB ସିକ୍ୟୁରିଟୀ, ଆସିଲା ସାଂଘାତିକ ଅଭିଯୋଗ

ମହାକାଳପଡ଼ା, ୧୭ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କଟକ ବଡ଼ ଡାକ୍ତରଖାନାରେ ରବିବାର ବିଳମ୍ବିତ ରାତିରେ ମେଡିସିନ ୱାର୍ଡ ଟ୍ରମା କେୟାର ଆଇସିୟୁରେ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିଲା। ଫଳରେ…

ଏୟାରଷ୍ଟ୍ରାଇକ ପରେ ତାଲିବାନର ବଡ଼ ଘୋଷଣା, ଆଉ ଆଲୋଚନା ନୁହେଁ-ପାକିସ୍ତାନ ଉପରେ ପ୍ରତିଶୋଧ….

ନୂଆଦିଲ୍ଲୀ,୧୭।୩: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଘର୍ଷ ଏବେ ଏକ ମାସ ଅତିକ୍ରମ କରିବାକୁ ଯାଉଛି। ତଥାପି,…

ମର୍ଣ୍ଣିଂ ଓ୍ବାକରେ ଯାଇଥିବା ଭାଜପା ନେତାଙ୍କୁ ଛୁରୀ ଭୁଷି ହତ୍ୟା

ଗୋରଖପୁର,୧୭।୩: ମଙ୍ଗଳବାର ସକାଳେ ଉତ୍ତର ପ୍ରଦେଶ ଗୋରଖପୁରର ଚିଲୁଆତାଲ ପୋଲିସ ଷ୍ଟେଶନ ଅଞ୍ଚଳର ସୀମା ମଧ୍ୟରେ ଥିବା ବରଗଡୱାରେ ଜଣେ ଭାଜପା ନେତାଙ୍କ ର୍ନିମମ ହତ୍ୟା ଘଟଣା…

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri