Categories: ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୨ ।୧: ଦଳିତଙ୍କ ଦେବଦୂତ କୁହାଯାଉଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୁଟା ସିଂଙ୍କର ଶନିବାର ପରଲୋକ ହୋଇଛି । ୮୬ ବର୍ଷୀୟ ସିଂ ବେଶ କିଛିଦିନ ହେବ ଅସୁସ୍ଥ ଥିଲେ । ପଞ୍ଜାବ ଜଳନ୍ଧର ଜିଲାର ମୁଜାଫରପୁର ଗାଁରେ ୨୧ ମାର୍ଚ୍ଚ, ୧୯୩୪ରେ ଜନ୍ମ ନେଇଥିବା ସରଦାର ବୁଟା ସିଂ ୮ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ସିଂଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ନେହେରୁ ଓ ଗାନ୍ଧୀ ପରିବାରର ସେ ଜଣେ ବିଶ୍ୱାସୀ ବ୍ୟକ୍ତି ଥଲେ । ଭାରତ ସରକାରଙ୍କ କେନ୍ଦ୍ରୀୟ ସ୍ୱରାଷ୍ଟ୍ର ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳମନ୍ତ୍ରୀ, ଖେଳ ମନ୍ତ୍ରୀ ଓ ଅନ୍ୟ କାର୍ଯ୍ୟଭାର ସହ ବିହାରର ରାଜ୍ୟପାଳ ଓ ଅନୁସୂଚିତ ଜାତି ଆୟୋଗର ଅଧ୍ୟକ୍ଷ ଭାବେ ବହୁ ମହତ୍ୱପୂର୍ଣ୍ଣ ବିଭାଗ ସେ ସମ୍ଭାଳିଥିଲେ ।

Share