Posted inଜାତୀୟ

ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ୬ଟା ୩୦ ସମୟରେ ଲାତୁରର  ଦେବରରେ ପରଲୋକ ହୋଇଥିବା ଜଣାପଡିଛି ।

ଶିବରାଜ ପାଟିଲ ଚାକୁରକର ଲୋକସଭାର ସଭାପତି ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ । କିଛି ଦିନ ହେବ ସେ ରୋଗରେ ପୀଡିତ ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତେବେ ତାଙ୍କର ଦେହାନ୍ତକୁ ନେଇ କଂଗ୍ରେସ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି ।

ଯଦି ଶିବରାଜ ପାଟିଲଙ୍କର ରାଜନୈତିକ କ୍ୟାରିକର କଥା ଦେଖିବା ତାହେଲେ ସେ ଦେଶର ଅନେକ ପ୍ରତିଷ୍ଠିତ ପଦର ଦାୟିତ୍ବ ନେଇଥିଲେ । ମହାରାଷ୍ଟ୍ରର ବାସିନ୍ଦା ଶିବରାଜ ପାଟିଲ ଚାକୁରକର ମରାଠବାଡାର ଲାତୁରର ସାଂସଦ ଥିଲେ । ଲାତୁର ଗ୍ରାମୀଣ ସିଟରୁ ୧୯୭୩ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ ।

୧୯୮୦ ମସିହା ପରେ ଲାତୁର ସଂସଦୀୟ ସିଟରୁ ଜିତି ଅନେକ ବାର ଲୋକସଭା ମଧ୍ୟ ଯାଇଛନ୍ତି । ପ୍ରକାଶଥାଉକି, ୨୦୦୮ ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ସମୟରେ ଶିବରାଜ ପାଟିଲ ଦେଶର ଗୃହମନ୍ତ୍ରୀ ଥିଲେ । ତେବେ ଏହି ସମୟରେ ତାଙ୍କର କାର୍ଯ୍ୟକୁ ନେଇ ଅନେକ ଆଲୋଚନା ହେବା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ବିଫଳ ହେବା ନେଇ ସ୍ବୀକାର କରିବା ସହିତ ଇସ୍ତଫା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri