ଗୁଣପୁର,୧୮।୫(ସୁଜାତା ପାଢ଼ୀ):ରାୟଗଡ଼ା ଜିଲା ପଦ୍ମପୁରର ପୂର୍ବତନ ଅବସରପ୍ରାପ୍ତ ତହସିଲଦାର ଖୀରାବ୍ଦି ବେହେରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି l ତାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ପିସି ଆକ୍ଟ, ୧୯୮୮ର ଧାରା ୧୩(୨) ସହ ୧୩(୧)(ଇ) ଅନୁଯାୟୀ ଆୟ ବର୍ହିଭୂତ ସମ୍ପତ୍ତି ରଖିବା ଅଭିଯୋଗରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା। ତାଙ୍କୁ ଭୁବନେଶ୍ୱରସ୍ଥିତ ମାନ୍ୟବର ସ୍ବତନ୍ତ୍ର ବିଚାରପତି, ସୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଛି l କୋର୍ଟ ତାଙ୍କ ରାୟରେ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି l ଦୋଷୀ ସାବ୍ୟସ୍ତ ହେବା ପରେ ଖୀରାବ୍ଦି ବେହେରାଙ୍କ ପେନସନ୍ ବନ୍ଦ କରିବା ପାଇଁ ଓଡ଼ିଶା ଭିଜିଲାନ୍ସ ସକ୍ଷମ କର୍ତ୍ତୃପକ୍ଷଙ୍କ ନିକଟକୁ ଯାଇପାରିବେ ବୋଲି କୁହାଯାଇଛି l