Categories: ଖେଳ

କାର୍‌ ଦୁର୍ଘଟଣାରେ ଚାଲିଗଲା ଖ୍ୟାତନାମା ଅମ୍ପାୟାର ରୁଡି କର୍ଜନଙ୍କ ଜୀବନ

ନୂଆଦିଲ୍ଲୀ,୯।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ରୁଡି କର୍ଜନଙ୍କ ଏକ କାର୍‌ ଦୁର୍ଘଟଣାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। ପରିବାରରେ ତାଙ୍କର ସ୍ତ୍ରୀ ଏବଂ ୪ ସନ୍ତାନ ରହିଛନ୍ତି। ୧୯୯୦ରୁ ୨୦୧୦ ପର୍ଯ୍ୟନ୍ତ ସେ କ୍ରିକେଟର ଅନ୍ୟତମ ସମ୍ମାନିତ ଅମ୍ପାୟାର ଭାବେ ବିବେଚିତ ଥିଲେ। ଅନ୍ତର୍ଜାତୀୟସ୍ତରରେ ସେ ପ୍ରାୟ ୪୦୦ ମ୍ୟାଚ୍‌ରେ ଅମ୍ପାୟାରିଂ କରିଥିଲେ। ରୁଡି ସକାଳେ ଗଲ୍ଫ ଖେଳି କେପ୍‌ଟାଉନ୍‌ରୁ ନିଜ ଘର ‘ନେଲସନ ମଣ୍ଡେଲା ଓ୍ବେ’କୁ ଫେରୁଥିଲେ। ହେଲେ ରିଭରଡେଲ ସହର ନିକଟରେ ତାଙ୍କର ଅନ୍ୟ ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ତାଙ୍କ ସହ ୩ ଅନ୍ୟ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ କ୍ରିକେଟଜଗତରେ ଶୋକର ଛାୟା ଖେଳିଯାଇଛି। ଖେଳାଳିମାନେ ସୋସିଆଲ ମିଡିଆ ଜରିଆରେ ଶୋକବ୍ୟକ୍ତ କରୁଛନ୍ତି।

Share