Categories: ଖେଳ

ଚପରାସୀ ଚାକିରି ପାଇଁ ଆବେଦନ କଲେ ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳକୁ ପ୍ରତିନିଧିତ୍ୱ କରିଥିବା ଦିନେଶ ସାଏନ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେ ନାଡାରେ ଏକ ଚପରାସି ଚାକିରି ପାଇଁ ଆବେଦନ କରିଛନ୍ତି। ଭାରତର ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ନେଇଥିବା ଦିନେଶ ଜନ୍ମରୁ ପୋଲିଓରେ ପୀଡିତ ଥିଲେ। ସେ ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ ଭାରତୀୟ ଭିନ୍ନକ୍ଷମ କ୍ରିକେଟ ଦଳର ନେତୃତ୍ୱ ଦଳକୁ ପ୍ରତିନିଧିତ୍ୱ କରିଥିଲେ। ଏହି ସମୟରେ ସେ ଅନେକଥର ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ନିର୍ବାହ କରିଥିଲେ। ୩୫ ବର୍ଷର ଦିନେଶ ବର୍ତ୍ତମାନ ନିଜ ପରିବାର ପ୍ରତିପୋଷଣ ପାଇଁ ଚାକିରି ଖୋଜୁଛନ୍ତି। ଦିନେଶ କହିଛନ୍ତି, ଏବେ ମୁଁ ଗ୍ରାଜୁଏଶନ ଆଡମିଶନ କରିଛି। ଦ୍ୱାଦଶ ଶ୍ରେଣୀ ପରେ ମୁଁ କେବଳ କ୍ରିକେଟ ଖେଳି ଭାରତର ପ୍ରତିନିଧିତ୍ୱ କଲି। କିନ୍ତୁ ବର୍ତ୍ତମାନ ମୋର ଟଙ୍କା ନାହିଁ। ପିଅନ ଚାକିରି ପାଇଁ ନାଡାରେ ଏକ ପୋଷ୍ଟ ଫାଙ୍କା ଅଛି। ଚାକିରି ପାଇଁ ସାଧାରଣ ଲୋକଙ୍କ ବୟସ ସୀମା ୨୫। ଯେତେବେଳେ କି ଦିବ୍ୟାଙ୍ଗଙ୍କ ପାଇଁ ବୟସ ସୀମା ୩୫। ସେଥିପାଇଁ ସରକାରୀ ଚାକିରି ପାଇବା ପାଇଁ ଏହା ମୋର ଶେଷ ସୁଯୋଗ ବୋଲି ସେ କହିଛନ୍ତି॥
ଦେଶ ପାଇଁ ଖେଳିବା ସତ୍ତ୍ୱେ ସେତିକି ଖ୍ୟାତି ଏବଂ ଟଙ୍କା ମିଳି ପାରି ନ ଥିଲା ବୋଳି ସେ ଅଭିଯୋଗ କରିଛନ୍ତି। ଜନ୍ମରୁ ପୋଲିଓ କାରଣରୁ ମୋର ଗୋଡ ଖରାପ। କିନ୍ତୁ କ୍ରିକେଟ ଖେଳିବାର ଆଗ୍ରହ ମୋତେ ଏହା ଅନୁଭବ କରିବାକୁ ଦେଇ ନଥିଲା। ୨୦୧୫ରେ ୫ଟି ଦେଶକୁ ନେଇ ହୋଇଥିବା ଟୁର୍ନାମେଣ୍ଟରେ ସର୍ବାଧିକ ଉଇକେଟ ନେଇଥିଲି ବୋଲି ସେ କହିଛନ୍ତି।

Share