Categories: ଖେଳ

ପୂର୍ବତନ ସୌରାଷ୍ଟ୍ର କୋଚ୍‌ ବାବାଭାଇଙ୍କ ପରଲୋକ

ରାଜକୋଟ,୩୧।୭(ପି.ଟି): ପୂର୍ବତନ ସୌରାଷ୍ଟ୍ର କୋଚ୍‌ ଓ ମ୍ୟାନେଜର ହସମୁଖଭାଇ ଜୋଶୀ ଗୁରୁବାର ପରଲୋକ ଗମନ କରିଛନ୍ତି। ବାବାଭାଇ ଭାବେ ବେଶ୍‌ ଜଣାଶୁଣା ଥିବା ଏହି ଜୋଶୀ ୮୫ ବର୍ଷରେ ମୃତ୍ୟୁବରଣ କରିଛନ୍ତି ବୋଲି ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ(ଏସ୍‌ସିଏ) କହିଛି। ସୌରାଷ୍ଟ୍ର କ୍ରିକେଟ ପ୍ରତି ବିଭିନ୍ନ ରୂପରେ ତାଙ୍କର ବହୁତ ଅବଦାନ ରହିଛି।  ଜଣେ ଖେଳାଳି, ୧୬, ୧୯, ୨୨ ବର୍ଷରୁ କମ୍‌ ବିଭାଗର ଚୟନକର୍ତ୍ତା, ଅମ୍ପାୟର, କୋଚ୍‌ ଓ ମ୍ୟାନେଜର ଭାବେ ସେ ବହୁତ କିଛି କାର୍ଯ୍ୟ କରିଛନ୍ତି ବୋଲି ଏସ୍‌ସିଏ ତରଫରୁ କୁହାଯାଇଛି। ସେ ମଧ୍ୟ ‘ଓଲ୍ଡ ରଣଜୀ ଟ୍ରଫି ପ୍ଲେୟାର୍ସ ଅଫ୍‌ ଦି ପିରିୟଡ ୧୯୬୩ ସହ ୧୯୬୯- ଲା ଟିମ୍‌ ମେଟ୍ସ ଆଣ୍ଡ ଇନ୍‌ମେଟ୍ସ’ ନାମକ ଏକ ବହି ପ୍ରକାଶିତ କରିଥିଲେ। ପୂର୍ବତନ ବିସିସିଆଇ ଓ ସିଏସ୍‌ଏ ସମ୍ପାଦକ ନିରଞ୍ଜନ ଶାହ ତାଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି। ସେ ଜଣେ ପ୍ରତିଭାଶାଳୀ ବ୍ୟକ୍ତି ଥିଲେ। କ୍ରିକେଟ ଦୃଷ୍ଟିକୋଣରୁ ସେ ବେଶ୍‌ ଦକ୍ଷ ଥିଲେ ବୋଲି ଶାହ ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

Share