ବନ୍ଧାହେଲେ ପୂର୍ବତନ ସରପଞ୍ଚ

ଭଦ୍ରକ ଅଫିସ,୧୫।୪: ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧୀନ କେଦାରପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭରତ ଚନ୍ଦ୍ର ତ୍ରିପାଠୀ ଶନିବାର ଗିରଫ ହୋଇଛନ୍ତି l ଗତ ୬ ତାରିଖରେ ବାରଭାଗ ଶାସନ ଗ୍ରାମରେ ବିଭିନ୍ନ ଫଣ୍ଡରୁ ମୋଟ ୩୯ଲକ୍ଷ ଟଙ୍କାର ସରକାରୀ ଅର୍ଥରେ ଖୋଳା ହୋଇଥିବା ପୋଖରୀ ପାର୍ଶ୍ୱ ରାସ୍ତାରୁ ଟ୍ରାକ୍ଟର ଲଗେଇ ପେଭର ଟାଇଲ ତାଡ଼ିି ନେଇଯାଇଥିଲେ। ଏନେଇ ସରପଞ୍ଚ ନମିତା ନାୟକଙ୍କ ଅଭିଯୋଗକ୍ରମେ ସାବରଙ୍ଗ ପୋଲିସ ତାଙ୍କୁ କେନ୍ଦୁଝର ବଣାଇଁରୁ ଗିରଫ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ଭରତଙ୍କ ସ୍ତ୍ରୀ ସ୍ବାଧୀନ ପ୍ରାର୍ଥୀ ନମିତା ନାୟକଙ୍କଠାରୁ ବହୁ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ପରାଜୟ ପରେ ପଞ୍ଚାୟତର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଆକ୍ରୋଶ ମୂଳକ ଭାବେ ଏପରି କରିଥିବା ଅଭିଯୋଗ ହୋଇଛି।