ପୂର୍ବତନ ସମିତିସଭ୍ୟାଙ୍କ ପରଲୋକ, ରାଜନୈତିକ କ୍ୟାରିୟରରେ…

ପାଟଣା,୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖୋରୀ ପଞ୍ଚାୟତ ପୂର୍ବସମିତି ସଭ୍ୟା ଯଶୋଦା ସେଠୀଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ଦେହାନ୍ତ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ସେ ଜଣେ ମିଷ୍ଟଭାଷୀ, ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ।
ତତ୍କାଳୀନ ସମୟରେ ସେ ଭାଜପାର ଜଣେ ସଚ୍ଚୋଟ ଓ ନିଷ୍ଠାପର ନେତ୍ରୀ ଥିଲା। ତାଙ୍କ ରାଜନୈତିକ କ୍ୟାରିୟରରେ ସେ ନିଷ୍ଠାର ସହ ଲୋକଙ୍କ ସେବା କରି ଶ୍ରଦ୍ଧାଭାଜନ ହୋଇପାରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ପୁଅ ସଚ୍ଚିଦାନନ୍ଦ ସେଠୀ, ବୋହୂ ରଶ୍ମୀରେଖା, ଝିଅ ଭଗବତୀ, ନାତି ଉପସ୍ଥିତ ଥିଲେ। ବୁଧବାର ଗାଁ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି। ପୁଅ ସଚ୍ଚିଦାନନ୍ଦ ମୁଖାଗ୍ନି ଦେଇଥିଲେ।
ମୂଷାଖୋରି ସରପଞ୍ଚ ଭାମା ମଣି ଦାସ, କଂଗ୍ରେସ ନେତା ଦିଲ୍ଲୀପ କୁମାର ଦାଶ, ସାମାଜିକ କର୍ମୀ ସଞ୍ଜୀବ କୁମାର ମହାନ୍ତ, ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଓମାତ, ଅବସରପ୍ରାପ୍ତ ଏବେ ଓ ଧରଣୀଧର ଦାସ, ଭାଷ୍ୟକାର ପାର୍ଥସାରଥି ବେଜ, ଶିକ୍ଷକନେତା ବୀରମୋହନ ଦ୍ବିବେଦୀ, ସନ୍ତୋଷ କୁମାର ନାଏକ, ପ୍ରମୋଦ କୁମାର ମହାନ୍ତ ଜ୍ୟୋତିର୍ମୟ ତ୍ରିପାଠୀ ପ୍ରମୁଖ ଶେଷଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କରିଚନ୍ତି। ନିଖିଳ ଉତ୍କଳ ଶିକ୍ଷକ ସଂଘ ଜିଲା ସମ୍ପାଦକ କମଳାକାନ୍ତ ପତି, ସାମାଜିକ କର୍ମୀ ଅରୁଣ କୁମର ବେଜ, ଅନାଦି ମହାନ୍ତ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲକୁ ମାଡ଼ିଗଲା ଟ୍ରାକ୍ଟର, ୨ ମୃତ

ସମ୍ବଲପୁର,୮ା୧(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଭାଲୁପାଲି ଛକରେ ବୁଧବାର ସନ୍ଧ୍ୟାରେ ଇଟା ବୋଝେଇ ଟ୍ରାକ୍ଟର ବିଜୁ ଏକ୍ସପ୍ରେସ୍‌ ୱେ(ରାଜ୍ୟ ରାଜପଥ-୧୦) ପାର୍ଶ୍ୱରେ ଥିବା...

‘ଦେଶର ସମ୍ମାନଠାରୁ ବିଶ୍ୱକପ ଊର୍ଦ୍ଧ୍ୱରେ ନୁହେଁ… ICCକୁ ଆଖି ଦେଖାଇଲା ବାଂଲାଦେଶ, କହିଲା…

ନୂଆଦିଲ୍ଲୀ,୮।୧: ୨୦୨୬ରେ ହେବାକୁ ଥିବା ICC ଟି-୨୦ ବିଶ୍ୱକପ ଖେଳିବା ପାଇଁ ବାଂଲାଦେଶ ଭାରତ ଯାତ୍ରା କରିବାକୁ ମନା କରିବା ନେଇ ବିବାଦ ବଢ଼ିବାରେ ଲାଗିଛି।...

ଟି-୨୦ ବିଶ୍ୱକପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା: ଅସୁସ୍ଥ ହେଲେ ଏହି ଖେଳାଳି, ଦଳରୁ ପଡିବେ ବାଦ୍‌!

ନୂଆଦିଲ୍ଲୀ,୮।୧: ଭାରତୀୟ କ୍ରିକେଟ ଦଳ ପାଇଁ ଆନନ୍ଦର ଉତ୍ସବ ମଧ୍ୟରେ, ଚିନ୍ତାଜନକ ଖବର ଆସିଛି। ଟିମ ଇଣ୍ଡିଆର ଉଦୀୟମାନ ତାରକା ଏବଂ ଆକ୍ରମଣାତ୍ମକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ...

ଦ୍ୱିତୀୟ ଦିନରେ ବରଫର ଧଳା ଚାଦର ତଳେ କୋଇଡ଼ା: ପଡିଲା ତୁଷାରପାତ

ବଣାଇଁ, ୮।୧(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ବଣାଇଁ ଉପଖଣ୍ଡରେ ଚଳିତ ବର୍ଷ ଗତକାଲି ଠାରୁ ପ୍ରଥମଥର ପାଇଁ ସମଗ୍ର ଅଞ୍ଚଳ ୫ ଡିଗ୍ରୀ ତଳେ ରହିଛି...

ସବୁ ସୀମା ପାର୍‌ କଲେ ଟ୍ରମ୍ପ: ଭାରତ ଉପରେ ୫୦୦% ଟାରିଫ୍‌ ଲାଗୁ କରିବାକୁ…

ଓ୍ବାଶିଂଟନ୍‌,୮।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ ମଞ୍ଜୁର କରିଛନ୍ତି ଯାହା ରୁଷିଆରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା...

ଭାରତକୁ ବଡ଼ ଝଟକା ଦେଲା ବାଂଲାଦେଶ: ଭାରତୀୟଙ୍କ ପାଇଁ ବନ୍ଦ କଲା…

ନୂଆଦିଲ୍ଲୀ,୮।୧: ଆଇପିଏଲରୁ ଖେଳାଳିମାନଙ୍କୁ ବାଦ୍‌ ଦେବାର ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ଼ ଝଟକା ଦେଇଛି। ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିଜା...

ଜି ଉଦୟଗିରିରେ ହାଡ଼ଭଙ୍ଗା ଶୀତ: ସର୍ବନିମ୍ନ ତାପମାତ୍ରା ରହିଛି…

ଜି ଉଦୟଗିରି ୮।୧(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠି ) : ଜି ଉଦୟଗିରି ସହରରେ କ୍ରମାଗତ ୪ ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ...

ମା’ ବଞ୍ଚିଥିବା ଭାବି ମୃତଦେହକୁ ଘରେ ଆଣି ରାତିସାରା ଜଗିରହିଲେ ୪ ପିଲା, ହେଲେ…

ପାଲଲହଡ଼ା,୮ା୧(ଦିବ୍ୟଜ୍ୟୋତି ଦାଶ): ୪ ବର୍ଷ ତଳେ ପରପାରିକୁ ଚାଲିଯାଇଥିଲେ ସ୍ବାମୀ ଗୁରୁ ମୁଣ୍ଡା। ସେବେଠାରୁ ୩ ଝିଅ ଓ ଗୋଟିଏ ପୁଅର ବୋଝ ନିଜେ ଉଠାଉଥିଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri