Posted inଖେଳ

T୨୦ ବିଶ୍ୱକପ୍‌ ମଝିରେ ଆସିଲା ICC ର଼୍ୟାଙ୍କିଂ; ୨୫ ଖେଳାଳିଙ୍କୁ ପଛରେ ପକାଇଲେ ସଞ୍ଜୁ ସାମସନ, ହେଲେ ଅଭିଷେକ ଶର୍ମା…?

ନୂଆଦିଲ୍ଲୀ,୪।୩: T୨୦ ବିଶ୍ୱକପ ୨୦୨୬ ଚାଲିଥିବା ସମୟରେ ICC ପକ୍ଷରୁ ଖେଳାଳିମାନଙ୍କର ସଦ୍ୟତମ T୨୦ ଅନ୍ତର୍ଜାତୀୟ ର଼୍ୟାଙ୍କିଙ୍ଗ ଜାରି କରାଯାଇଛି। ସେମିଫାଇନାଲରେ ପହଞ୍ଚି ସାରିଥିବା ଭାରତୀୟ ଦଳର ଚମତ୍କାର ପ୍ରଦର୍ଶନର ପ୍ରଭାବ ଏହି ର଼୍ୟାଙ୍କିଂରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ବିଶେଷ କରି ସଞ୍ଜୁ ସାମସନଙ୍କ ଦମଦାର ଫର୍ମ ତାଙ୍କୁ ଏକ ବଡ଼ ସଫଳତା ଦେଇଛି। ବ୍ୟାଟରଙ୍କ ତାଲିକାରେ ସାମସନ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ସେ ଏକାଥରକେ ୨୫ ସ୍ଥାନ ଉପରକୁ ଉଠି ୬୫ତମ ସ୍ଥାନରୁ ସିଧାସଳଖ ୪୦ତମ ସ୍ଥାନରେ ପହଞ୍ଚିଛନ୍ତି। ସୁପର-୮ର ଶେଷ ମ୍ୟାଚରେ ୯୭ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ତାଙ୍କୁ ଏହି ବଡ଼ ସଫଳତା ଦେଇଛି।

ଅଭିଷେକ ଶର୍ମା ଏବେ ମଧ୍ୟ ବିଶ୍ୱର ନମ୍ବର ୧ T୨୦ ବ୍ୟାଟର ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଈଶାନ କିଷାନ ଗୋଟିଏ ପାହାଚ ଉପରକୁ ଉଠି ୫ମରୁ ୪ର୍ଥ ସ୍ଥାନକୁ ଆସିଛନ୍ତି। ତିଲକ ବର୍ମା ୭ମରୁ ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସୂର୍ଯ୍ୟକୁମାର ଯାଦବଙ୍କ ର଼୍ୟାଙ୍କିଂରେ ସାମାନ୍ୟ ହ୍ରାସ ଘଟିଛି, ସେ ଏବେ ୭ମ ସ୍ଥାନରେ ରହିଛନ୍ତି।

ସେହିଭଳି ବୋଲିଂ କ୍ଷେତ୍ରରେ ମଧ୍ୟ ଭାରତୀୟ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି। ଭାରତୀୟ ଷ୍ଟାର ବୋଲରମାନେ ନିଜର ର଼୍ୟାଙ୍କିଂରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ମିଷ୍ଟ୍ରି ସ୍ପିନର ବରୁଣ ଏବେ ମଧ୍ୟ ବିଶ୍ୱର ନମ୍ବର ୧ ବୋଲର ଭାବେ ଶୀର୍ଷରେ ଅଛନ୍ତି। ଜସପ୍ରୀତ ବୁମରା ଗୋଟିଏ ସ୍ଥାନ ଉପରକୁ ଉଠି ୮ମରୁ ୭ମ ସ୍ଥାନରେ ପହଞ୍ଚିଛନ୍ତି। ଅର୍ଶଦୀପ ସିଂ ୬ ଜଣ ଖେଳାଳିଙ୍କୁ ପଛରେ ପକାଇ ୧୩ତମ ସ୍ଥାନକୁ ଆସିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୫ ତାରିଖରେ ମୁମ୍ବାଇଠାରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ହାଇଭୋଲଟେଜ ସେମିଫାଇନାଲ ପୂର୍ବରୁ ଏହି ର଼୍ୟାଙ୍କିଙ୍ଗ ଭାରତୀୟ ଦଳର ମନୋବଳକୁ ନିଶ୍ଚିତ ଭାବେ ବଢ଼ାଇବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନାମ, କାରଣ ଖୋଜୁଛି ଜିଲାପାଳଙ୍କ ମୋବାଇଲ: ଗୁରୁତର ସମସ୍ୟାରେ ବନ୍ୟାଞ୍ଚଳବାସୀ

ଯାଜପୁର,୫ା୯(ହର୍ଷବର୍ଦ୍ଧନ ବେହେରା):ସରକାରୀ ସେବାକୁ ସାଧାରଣ ଲୋକଙ୍କ ପାଖରେ ସହଜରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ‘ଲୋକଙ୍କ ସରକାର’ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରୟାସ କରୁଛନ୍ତି। ଜିଲା ପ୍ରଶାସନ…

କ୍ରମାଗତ କ୍ଷତି ପରେ ଶେୟାର ବଜାରରେ ସାମାନ୍ୟ ସୁଧାର

ମୁମ୍ବାଇ,୫ା୯: ଚଳିତ ସପ୍ତାହରେ କ୍ରମାଗତ ଭାବେ ୪ଟି କାର୍ଯ୍ୟଦିବସରେ ଶେୟାର ବଜାର କାରବାର ହ୍ରାସ ପାଇ ଆସିଥିଲାବେଳେ ଶୁକ୍ରବାର କାରବାର ପରେ ସାମାନ୍ୟ ସୁଧାର ଆସିଛି। ଏହାଦ୍ୱାରା…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜଣେ ଶିକ୍ଷକଙ୍କ କାନ୍ଧରେ ସ୍କୁଲ ଭାର: ୭ ବିଷୟ ସହ ଶାରୀରିକ ଶିକ୍ଷା ଦେଉଛନ୍ତି ସାହିତ୍ୟ ସାର୍‌

ହାଟଡିହୀ,୫।୯(ଶୁଭକାନ୍ତ ନାୟକ):କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ଶିକ୍ଷା, ଉତ୍ତମ ଶିକ୍ଷାର ନାରା ଦେଉଛନ୍ତି। ମାତ୍ର ବାସ୍ତବ ସ୍ଥିତି କିନ୍ତୁ ଓଲଟା। ଗ୍ରାମାଞ୍ଚଳରେ ସ୍କୁଲରେ ମୌଳିକ ସୁବିଧା,…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ଥାନା ହାଜତରେ ରେଳ କର୍ମଚାରୀଙ୍କୁ ନିର୍ଯାତନା: ହାତ, ଗୋଡ଼ ଭାଙ୍ଗିଦେଲେ, ଯୌନାଙ୍ଗରେ…

ପୁରୁଣା ଭୁବନେଶ୍ୱର,୫ା୯(ସୁବାସ ଚନ୍ଦ୍ର ପ୍ରଧାନ): ବ୍ରହ୍ମପୁର ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଦ୍ୱାରା ଅମାନୁଷିକତାର ସବୁ ସୀମା ଟପିଯାଇଛି। ଚୋରି ସନ୍ଦେହରେ ସୌମ୍ୟରଞ୍ଜନ ମିଶ୍ର ନାମକ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri