RBI ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ IMFରେ ବଡ଼ ନିଯୁକ୍ତି, ନେବେ ସୁବ୍ରମଣ୍ୟମଙ୍କ ସ୍ଥାନ 

ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଡ. ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ସେ କେ.ଭି. ସୁବ୍ରମଣ୍ୟମଙ୍କ ସ୍ଥାନ ନେବେ, ଯାହାଙ୍କ କାର୍ଯ୍ୟକାଳ ୩୦ ଏପ୍ରିଲ ୨୦୨୫ରେ ର୍ନିଦ୍ଦିଷ୍ଟ ସମୟଠାରୁ ଛଅ ମାସ ପୂର୍ବରୁ ସମାପ୍ତ କରାଯାଇଥିଲା।
୨୮ ଅଗଷ୍ଟ ୨୦୨୫ରେ ଜାରି ହୋଇଥିବା ସରକାରୀ ଆଦେଶ ଅନୁସାରେ, ମନ୍ତ୍ରୀମଣ୍ଡଳୀର ନିଯୁକ୍ତି କମିଟି (Appointments Committee of the Cabinet) ଏହି ନିଯୁକ୍ତିକୁ ଅନୁମୋଦନ କରିଛି। ଏହି ନିଯୁକ୍ତି ପଦଭାର ଗ୍ରହଣ କରିବା ତାରିଖଠାରୁ ତିନି ବର୍ଷ ପାଇଁ ରହିବ କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ, ଯେଉଁଟି ପ୍ରଥମେ ହେବ।
ଆଇଏମ୍‌ଏଫ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମଣ୍ଡଳୀରେ ୨୫ ଜଣ ନିର୍ଦ୍ଦେଶକ ରହିଥାନ୍ତି, ଯେଉଁମାନେ ସଦସ୍ୟ ଦେଶ କିମ୍ବା ଦେଶଗୁଡ଼ିକର ଗୋଷ୍ଠୀ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ଭାରତ ବାଂଲାଦେଶ, ଶ୍ରୀଲଙ୍କା ଏବଂ ଭୂଟାନ ସହିତ ଚାରି ଦେଶର ଏକ ନିର୍ବାଚନ କ୍ଷେତ୍ରର ଅଂଶ ଅଟେ।
ଉର୍ଜିତ ଏହା ପୂର୍ବରୁ ଏସୀୟ ଅବସଂରଚନା ନିବେଶ ବ୍ୟାଙ୍କ (AIIB)ରେ ନିବେଶ ପରିଚାଳନାର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ, କିନ୍ତୁ ଜାନୁଆରୀ ୨୦୨୪ରେ ପାରିବାରିକ ସ୍ବାସ୍ଥ୍ୟ କାରଣରୁ ଇସ୍ତଫା ଦେଇଥିଲେ।
ଆରବିଆଇରେ ଉର୍ଜିତ ପଟେଲଙ୍କ ଯାତ୍ରାଉର୍ଜିତ ପଟେଲ ୨୦୧୬ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ୨୪ତମ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୧୮ ଡିସେମ୍ବରରେ ସରକାର ସହିତ ଲାଭାଂଶ ସ୍ଥାନାନ୍ତର ମୁଦ୍ଦାରେ ବିବାଦ ଯୋଗୁଁ ସେ ଅଚାନକ ଇସ୍ତଫା ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ଥିଲା ଦେଶରେ ନୋଟବନ୍ଦୀ ଓ ଜିଏସଟି ପରି ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ପରିବର୍ତ୍ତନର ସମୟ।
ଶୈକ୍ଷିକ ଓ ବୃତ୍ତିଗତ ପୃଷ୍ଠଭୂମିନ୍ୟୁଜ ଏଜେନ୍ସି ଭାଷା ଅନୁସାରେ, ଉର୍ଜିତ ପଟେଲ ୧୯୬୩ରେ କେନିଆର ନୈରୋବୀରେ ଜନ୍ମଗ୍ରହଣ କରିଥିଲେ। ସେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରୁ ଅର୍ଥନୀତିରେ ସ୍ନାତକ, ୧୯୮୬ରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଏମ.ଫିଲ ଏବଂ ୧୯୯୦ରେ ଯେଲ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସେ ଆଇଏମଏଫରେ କାର୍ଯ୍ୟ କରି ଆମେରିକା, ଭାରତ, ବାହାମାସ ଓ ମ୍ୟାନମାର ଡେସ୍କରେ ଅର୍ଥନୈତିକ ମୁଦ୍ଦା ଉପରେ କାମ କରିଥିଲେ।
ଅନ୍ୟାନ୍ୟ କାର୍ଯ୍ୟ ଅଭିଜ୍ଞତାପଟେଲ ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ଭାରତ ସରକାରର ଅର୍ଥ ମନ୍ତ୍ରଣାଳୟରେ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ଏହା ସହିତ ସେ ରିଲାୟାନ୍ସ ଇଣ୍ଡଷ୍ଟ୍ରିଜ, ଆଇଡିଏଫସି ଲିମିଟେଡ, ଏମସିଏକ୍ସ ଲିମିଟେଡ ଏବଂ ଗୁଜରାଟ ରାଜ୍ୟ ପେଟ୍ରୋଲିୟମ ନିଗମ ଭଳି ସାର୍ବଜନୀନ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ ଦାୟିତ୍ୱ ର୍ନିବାହ କରିଛନ୍ତି।
ଏହି ନିଯୁକ୍ତି ବିଶ୍ୱ ଅର୍ଥନୀତିରେ ଅସ୍ଥିରତା, ଋଣ ସଙ୍କଟ ଓ ବାଣିଜ୍ୟ ଗତିଶୀଳତାର ସମୟରେ ଭାରତର ପ୍ରଭାବକୁ ଆଇଏମଏଫରେ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri