ପୂର୍ବତନ ରେଞ୍ଜର, ସ୍ତ୍ରୀଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ ଅଫିସ, ୩୦।୬: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସନ୍ତୋଷ କୁମାର ଜେନା ଜଣେ ପୂର୍ବତନ ରେଞ୍ଜର ଏବଂ ସ୍ତ୍ରୀଙ୍କୁ ୩ ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଉଭୟଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବାକୁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଦମ୍ପତି ହେଲେ ବୌଦ୍ଧ ଜିଲା ପୁରୁଣାକଟକର ପୂର୍ବତନ ରେଞ୍ଜର ଦିଲୀପ କୁମାର ଦିଗାଲ ଓ ତାଙ୍କ ସ୍ତ୍ରୀ ସୂଜାତା ନାୟକ।

ପ୍ରକାଶ ଯେ, କନ୍ଧମାଳ ଜିଲା ଟିକାବାଲି ଥାନା ବ୍ରେକା ଗ୍ରାମରେ ଦିଲୀପଙ୍କ ଘର। ସେ ପୁରୁଣାକଟକରେ ରେଞ୍ଜର ଭାବେ କାର୍ଯ୍ୟରତ ଥିଲେ । ୨୦୧୧ରେ ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ସେପ୍ଟେମ୍ବର ୨୩ରେ ଭିଜିଲାନ୍ସ ବିଭାଗ ଏ ନେଇ ୪୨/୧୧ରେ ମାମଲା ରୁଜୁ କରିଥିଲା। ତଦନ୍ତ ବେଳେ ଦିଲୀପ ନିଜ ଆୟ ଠାରୁ ୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠୁଳ କରିଥିବା ସ୍ପଷ୍ଟ ହୋଇଥିଲା। ସେଥିରେ ଫୁଲବାଣୀ କବରଖାନା ସାହିରେ ୨ ମହଲା କୋଠା ଏବଂ ଭୁବନେଶ୍ୱର ନିଳାଦ୍ରୀ ବିହାରରେ ୩ ମହଲା ବିଶିଷ୍ଟ କୋଠା ରହିଛି। ଏହି ମାମଲାରେ ମୋଟ ୪୫ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଭି.ଭି. ରାମଦାସ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ସରଗରମ କରୁଛି ଲୁଲୁ-ବୁଲୁଙ୍କ ବୟାନବାଜି

ଭଦ୍ରକ,୨୨।୧୨(ସନାତନ ରାଉତ):ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ(ଲୁଲୁ) ଓ କଂଗ୍ରେସର ଯୁବନେତା ଅସିତ୍‌ ପଟ୍ଟନାୟକ(ବୁଲୁ)ଙ୍କ ବୟାନବାଜି ଭଦ୍ରକ ରାଜନୀତିକୁ ସରଗରମ କରୁଛି। ଲୁଲୁ...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ବାଂଲାଦେଶରେ ହାଦିଙ୍କ ପରେ ଏବେ ସିକଦରଙ୍କୁ ହତ୍ୟା, ମୁଣ୍ଡରେ ଗୁଳି ମାରି…

ନୂଆଦିଲ୍ଲୀ,୨୨।୧୨:  ବାଂଲାଦେଶରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ହତ୍ୟାର ଘଟଣା ଜାରି ରହିଛି ।ଇକବାଲ ଫୋରମର ଓସମାନ ହାଦିଙ୍କ ପରେ ଅପରାଧୀମାନେ ଏବେ ଖୁଲନାରେ ମୋତାଲେବ...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌

ପାଟଣାଗଡ଼,୨୨।୧୨: ବଲାଙ୍ଗୀର ଜିଲା ବେଲପଡ଼ା ଥାନା ପାର୍ଲିମାଲ ଗାଁରେ ଥିବା ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ଏକ ବଡ଼ ଧରଣର ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ୱୃତ୍ତମାନେ...

Moscow Bomb Blast: ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା! ମସ୍କୋ କାର ବୋମା ବିସ୍ଫୋରଣରେ ରୁଷିଆ ଜେନେରାଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଏକ ବଡ଼ ଝଟକା ଲାଗିଛି। ଭ୍ଲାଦିମିର ପୁଟିନଙ୍କ ସେନାର ଅପରେସନାଲ୍ ଟ୍ରେନିଂ ବିଭାଗର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ୍...

ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ...

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri