ପୂର୍ବତନ ରାଜ୍ୟ ସଭା ଏମ୍‌ପିଙ୍କ ପରଲୋକ: ରାଜନୈତିକ ମହଲରେ ଶୋକର ଛାୟା

ନୂଆଦିଲ୍ଲୀ,୩୦।୧୦: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ଆର୍କେ ସିହ୍ନାଙ୍କର ଶୁକ୍ରବାର ନୋଏଡାରେ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ବ୍ରେନ ଷ୍ଟ୍ରୋକ ହେବା ପରେ ଆର୍କେ ସିହ୍ନା ଦୀର୍ଘ ସମୟ ଧରି କୋମାରେ ରହିଥିଲେ। ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ପ୍ରାୟ ୭୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଆର୍କେ ସିହ୍ନା ଜନସଂଘ ସମୟରୁ ହିଁ ଭାଜପାର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବେ ପରିଚିତ ଥିଲେ।

ତାଙ୍କ ଶେଷ ଦର୍ଶନ ପାଇଁ ମରଶରୀରକୁ ନୋଏଡାରୁ ପାଟନା ଅଣାଯିବ। ପାଟନାର ପାଟଳିପୁତ୍ରସ୍ଥିତ ଅନ୍ନପୂର୍ଣ୍ଣା ଭବନରେ ଲୋକେ ତାଙ୍କର ଶେଷ ଦର୍ଶନ କରିପାରିବେ।

Dharitri – Odisha’s No.1 Odia Daily

Share