ରାଜନଗର,୨୦।୮(ଭାସ୍କର ରାଉତରାୟ ) : ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି । ପଟ୍ଟାମୁଣ୍ଡାଇ ବାଛରା, ମଣ୍ଡପଡାରେ ବୁଲିବା ସମୟରେ ଏହି ଅଘଟଣ ଘଟିଥିଲା । ତେବେ ତାଙ୍କୁ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଡାକ୍ତର ରଶ୍ମି ରଞ୍ଜନ ମହାନ୍ତି ତାଙ୍କର ରକ୍ତ ନମୁନା ପରୀକ୍ଷା କରିବା ପରେ ବିଷ ନଥିବା କହିଥିଲେ । ତେବେ ସେ ଅଧିକ ଚିକିତ୍ସା କରାଇବା ପାଇଁ ଭୁବନେଶ୍ବର ଯାଇଥିବା ସୂଚନା ରହିଛି ।