ରାଜନୀତି ଛାଡ଼ିଲେ ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ, ୮ା୪: ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ରାଜନୀତିରୁ ବିଦାୟ ନେଇଛନ୍ତି। ଦେଶର ସଙ୍କଟ ସମୟରେ ଜେସିଣ୍ଡା ନେତୃତ୍ୱ ନେଇଥିଲେ। ତାଙ୍କର ୫ ବର୍ଷର ନେତୃତ୍ୱ ଜଣେ ସଙ୍କଟ ପରିଚାଳକ ଭାବେ ସ୍ମରଣୀୟ ହୋଇ ରହିବ। ରାଜନୀତି ଆଗରେ ମୁଣ୍ଡ ନୁଆଁଇ ନେତୃତ୍ୱ ପାଇଁ ମହିଳାମାନେ ମାତୃତ୍ୱ ଆଭିମୁଖ୍ୟକୁ ଜଳାଞ୍ଜଳି ନ ଦେବାକୁ ୪୨ ବର୍ଷୀୟା ଜେସିଣ୍ଡା ପରାମର୍ଶ ଦେଇଛନ୍ତି। ରାଜନୀତିରେ ଥାଇ ସେ ଶ୍ରେଷ୍ଠ ମାଆ ହୋଇପାରିଥିଲେ ବୋଲି ବୁଧବାର ପାର୍ଲାମେଣ୍ଟରେ ବିଦାୟକାଳୀନ ଭାଷଣ ଦେଇ କହିଥିଲେ। ସହାନୁଭୂତି ଓ ଦୃଢ଼ ନେତୃତ୍ୱ ପାଇଁ ଜେସିଣ୍ଡା ବିଶ୍ୱରେ ପ୍ରଶଂସିତ ହୋଇଥିଲେ। ଗତ ଜୁନ୍‌ରେ ସେ ଇସ୍ତଫା ଦେଇ ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲେ। ଚଳିତ ବର୍ଷ ଶେଷ ଭାଗରେ ହେବାକୁ ଥିବା ନିର୍ବାଚନରେ ତାଙ୍କ ଲେବର ପାର୍ଟି ଆଗରେ ରହିବ ବୋଲି ଜନମତ ସର୍ଭେରେ ପ୍ରକାଶ ପାଇଛି।

Share