Categories: ଜାତୀୟ

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୩୧।୩: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡା କରୋନା ଆକ୍ରାନ୍ତ ହୋଇଛନ୍ତି। ବୁଧବାର ଟୁଇଟ୍‌ କରି ସେ ଏନେଇ ସୂଚନା ଦେଇଛନ୍ତି। ଦେବଗୌଡାଙ୍କ ଛଡା ତାଙ୍କ ସ୍ତ୍ରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ମୁଁ ଏବଂ ମୋ ସ୍ତ୍ରୀ ଚେନ୍ନାମା କରୋନା ପଜିଟିଭ୍‌ ଚିହ୍ନଟ ହୋଇ ହୋମ ଆଇସୋଲେଶନରେ ଅଛୁ। ସୂଚନାଯୋଗ୍ୟ, ୮୭ ବର୍ଷୀୟ ଦେବଗୌଡା ଜୁନ ୧ ୧୯୯୬ରୁ ଏପ୍ରିଲ ୨୧ ୧୯୯୭ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ।

Share