ଜେଲ ଗଲେ ଫୁଲବାଣୀର ପୂର୍ବତନ ବିଧାୟକ

ଫୁଲବାଣୀ ଅଫିସ,୨୪ା୨: ପଥଚାରୀଙ୍କୁ ମାଡ଼ ମାରିବା ସହ ଟଙ୍କା ଲୁଟ ଅଭିଯୋଗରେ ମଙ୍ଗଳବାର ଫୁଲବାଣୀର ପୂର୍ବତନ ବିଜେଡି ବିଧାୟକ ଦେବେନ୍ଦ୍ର କହଁର ଗିରଫ ହୋଇଛନ୍ତି। ସେ ୨୦୦୯ରେ ଫୁଲବାଣୀରୁ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ତାଙ୍କୁ ବିଜେଡି ପକ୍ଷରୁ ଟିକେଟ୍‌ ଦିଆଯାଇ ନ ଥିଲା। ଲୁଟ ଅଭିଯୋଗରେ ଟାଉନ୍‌ ଥାନା ପୋଲିସ ଦେବେନ୍ଦ୍ର ଓ ତାଙ୍କ ସହଯୋଗୀ କୁହାଯାଉଥିବା କନଷ୍ଟେବଳ ଶ୍ରୀନିବାସ କହଁରଙ୍କୁ ଗିରଫ ପରେ ଏସ୍‌ଡିଜେଏମ କୋର୍ଟକୁ ଚାଲାଣ କରିଥିଲା। ଜାମିନ ଖାରଜ ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ସରକାରୀ ଓକିଲ ଗୌରୀଶଙ୍କର ବେହେରା ସୂଚନା ଦେଇଛନ୍ତି। କନଷ୍ଟେବଳ ଶ୍ରୀନିବାସଙ୍କୁ କନ୍ଧମାଳ ଏସ୍‌ପି ଭିନୀତ ଅଗ୍ରଓ୍ବାଲ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଗତ ୯ ତାରିଖରେ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କଙ୍କିଳି ଗ୍ରାମର କାମାକ୍ଷା ବେହେରା କେତେଜଣ ସାଙ୍ଗଙ୍କ ସହ ମିଶି କାର୍‌ରେ ଗୋଚ୍ଛାପଡା ଥାନା ଅନ୍ତର୍ଗତ କାଶିନୀପଦର ଗ୍ରାମକୁ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ସେମାନେ ରାସ୍ତା ଜାଣି ନ ଥିବାରୁ ସ୍ଥାନୀୟ ଲୋକଙ୍କୁ ବାଟ ପଚାରି ଯାଉଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ କଟ୍ରିଙ୍ଗିଆ-ଉର୍ମାଗଡ ରାସ୍ତାରେ ସହଯୋଗୀମାନଙ୍କ ସହ ଦେବେନ୍ଦ୍ର ନିଜକୁ ପୋଲିସ ପରିଚୟ ଦେଇ କାମାକ୍ଷାଙ୍କ କାର୍‌ ଅଟକାଇ ତୁମେମାନେ କିଏ ବୋଲି ପଚାରିଥିଲେ। କାମାକ୍ଷା ନିଜର ଓ ତାଙ୍କ ସାଙ୍ଗମାନଙ୍କ ପରିଚୟ ଦେଇଥିଲେ ମଧ୍ୟ ସେମାନେ ନ ଛାଡ଼ି ଥାନାକୁ ଚାଲ ବୋଲି କହିଥିଲେ। ପରେ ଅଭିଯୁକ୍ତମାନେ ସମସ୍ତଙ୍କୁ ଜୋର୍‌ଜବରଦସ୍ତ ଫୁଲବାଣୀ ଆଣି ଏକ ଘରେ ବନ୍ଦ କରି ରଖିବା ସହ ମାର୍‌ପିଟ କରିଥିଲେ। ଦେବେନ୍ଦ୍ର ଓ ତାଙ୍କ ସହଯୋଗୀମାନେ କାମାକ୍ଷାଙ୍କ ସାଙ୍ଗ ଜାମିଲଙ୍କଠାରୁ ୧୦ ହଜାର ଟଙ୍କା ଛଡାଇ ନେବା ସହ ଅନ୍ୟ ଜଣେ ସାଙ୍ଗ ଖାଲିଦଙ୍କୁ ନିକଟସ୍ଥ ଏଟିଏମ୍‌କୁ ନେଇ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ। ପରେ ସମସ୍ତଙ୍କୁ ଛାଡ଼ି ଦେଇଥିଲେ। କାମାକ୍ଷା ଏ ନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଦେବେନ୍ଦ୍ର ଓ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଧାରା ୩୪୧/୩୨୩/୩୮୪/୩୯୫/୫୦୬ ଅନୁଯାୟୀ ନଂ.୨୪/୨୧ରେ ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକଙ୍କ ଏପରି କାରନାମା ଓ ଗିରଫଦାରି ଫୁଲବାଣୀରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri