Categories: Home Leftଖେଳ

କ୍ରିକେଟକୁ ଫେରିବେ ପାକିସ୍ତାନର ଏହି ପୂର୍ବତନ ଅଧିନାୟିକା

କରାଚୀ,୧୯।୬- ପାକିସ୍ତାନର ପୂର୍ବତନ ଅଧିନାୟିକା ନିଦା ଦାର ପେସାଦାର କ୍ରିକେଟକୁ ଖୁବ ଶୀଘ୍ର ଫେରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ସେ ପ୍ରାୟ ଦେଢ଼ ବର୍ଷ ପୂର୍ବେ ମାନସିକ ସ୍ବାସ୍ଥ୍ୟ କାରଣ ଦର୍ଶାଇ କ୍ରିକେଟରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦୂରେଇ ଯାଇଥିଲେ। ୩୯ ବର୍ଷୀୟା ନିଦା ପାକିସ୍ତାନ ପାଇଁ ୧୧୨ ଦିନିକିଆ ଓ ୧୬୦ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

ଦୂରେଇ ରହିବା ପରେ ମୁଁ ମୋ ନିଜ ଉପରେ ଧ୍ୟାନ ଦେଇଥିଲି ଏବଂ ମୁଁ ମୋ ପୁରୁଣା ଆତ୍ମବିଶ୍ୱାସ ଫେରିପାଇଛି। ମୁଁ ବର୍ତ୍ତମାନ ପାକିସ୍ତାନ କ୍ରିକେଟ ପାଇଁ ପୁଣି ଥରେ ଖେଳିବାକୁ ଉପଲବ୍ଧ ରହିଛି। ଦଳର ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ବୋଲି ନିଦା ଏକ୍ସ’ରେ ପୋଷ୍ଟ କରିଛନ୍ତି। ସେ ଅନ୍ତିମ ଥର ୟୁଏଇରେ ୨୦୨୪ ଟି୨୦ ବିଶ୍ୱକପ୍‌ ଖେଳିଥିଲେ।

Share