ଟିମ୍‌ ଇଣ୍ଡିଆକୁ ପ୍ରଶଂସା କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳକୁ ପ୍ରଶଂସାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର, କ୍ରିକେଟର୍ସଙ୍କ ପର୍ଯ୍ୟନ୍ତ ଶତମୁଖ ହୋଇଛନ୍ତି। ଏପରି କି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଦଳର ପୂର୍ବତନ ତଥା ମହାନ ଅଧିନାୟକ ଓ୍ବାସିମ ଅହମ୍ମଦ ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି।

“ ବିଜୟ ଲାଗି ଟିମ୍‌ ଇଣ୍ଡିଆ ଓ ପୂରା ଦେଶକୁ ଶୁଭେଚ୍ଛା। ଅଲିମ୍ପିକ୍ସ ପୋଡିୟମକୁ ଫେରିବା ଭାରତୀୟ ଦଳ ପାଇଁ ବଡ଼ ସଫଳତା। ଏହା ସେମାନଙ୍କ କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଯୋଗୁ ସମ୍ଭବ ହୋଇପାରିଛି। ୪୧ ବର୍ଷର ବ୍ୟବଧାନ ପରେ ପଦକ ଜିତିବା ଛୋଟିଆ କଥା ନୁହେଁ” ବୋଲି ଓ୍ବାସିମ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନ ପାଇଁ ସର୍ବାଧିକ ମ୍ୟାଚ୍‌ ଖେଳିବାର ରେକର୍ଡ ରହିଛି ଓ୍ବାସିମ (୪୧୦)ଙ୍କ ନାମରେ।

Share