Categories: ଖେଳ

ପୂର୍ବତନ ଜାତୀୟ ଫୁଟ୍‌ବଲରଙ୍କ ଦେହାନ୍ତ

ଭୁବନେଶ୍ୱର, ୧୧ା୧୧ (ବିଜୟ ରଣା): ଓଡ଼ିଶାର ପୂର୍ବତନ ଜାତୀୟ ଫୁଟ୍‌ବଲ ଖେଳାଳି ୟୁନୁସ ବେଗ୍‌ଙ୍କ ଶୁକ୍ରବାର କଟକ ସୂତାହାଟସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା। ସେ ସନ୍ତୋଷ ଟ୍ରଫି(ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌)ରେ ବହୁ ବର୍ଷ ଧରି ଓଡ଼ିଶା ଦଳରୁ ଖେଳିଛନ୍ତି। ତାଙ୍କ ବିୟୋଗରେ ଫୁଟ୍‌ବଲ ଆସୋସିଏଶନ ଅଫ୍‌ ଓଡ଼ିଶା(ଫାଓ) ତରଫରୁ ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଛି।

Share