ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ଏମ୍‌ପି ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ହିମିରିକା; ୪୦ରୁ ଊର୍ଦ୍ଧ୍ୱ …

ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା)-ପୂର୍ବତନ ରାଜ୍ୟ ସଭା ସଦସ୍ୟ ତଥା ଦକ୍ଷିଣ ଓଡ଼ିଶାର ଟାଣୁଆ ନେତା ଏନ୍‌. ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ମଙ୍ଗଳବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେମାନଙ୍କ ସହ ଦଳର ବହୁ ନେତା ଓ କର୍ମୀ ମଧ୍ୟ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ନେଇ ମଙ୍ଗଳବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାସ୍କର ରାଓ ସୂଚନା ଦେଇଛନ୍ତି।

ଗତ ୪ ତାରିଖରେ ରାୟଗଡ଼ା ବିଜେଡି ଜିଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ତେଜିଥିଲା ବିବାଦ। ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ଜିଲାରେ ବରିଷ୍ଠ ନେତା, କର୍ମୀ ଗ୍ରହଣ କରି ନ ଥିଲେ। ଏ ନେଇ ଜିଲାର ବହୁ ନେତା ଓ କର୍ମୀ ଭାସ୍କର ରାଓଙ୍କ ଘରେ ବୈଠକ କରିଥିଲେ ା କର୍ମୀଙ୍କ ନିଷ୍ପତ୍ତି ପ୍ରକାରେ ଭାସ୍କର ରାଓଙ୍କ ସହ ଜିଲାର ବହୁ ବରିଷ୍ଠ ନେତା ଓ କର୍ମୀ ମଙ୍ଗଳବାର ବିଧିବଦ୍ଧ ଭାବେ ଦଳର ପ୍ରାଥମିକ ସଦସ୍ୟ ଛାଡ଼ିବା ସାଙ୍ଗକୁ ପଦପଦବୀରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଏଭଳିକି ୪ ତାରିଖରେ କାର୍ଯ୍ୟକାରୀ ସଭାପତି ପଦ ପାଇଥିବା ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ୩ ଜିଲା ପରିଷଦ ସଭ୍ୟ, ୩ବ୍ଲକ ଅଧ୍ୟକ୍ଷଙ୍କ ସମେତ କେସିସି ବ୍ୟାଙ୍କ ନିର୍ଦ୍ଦେଶକ, ଆର୍‌ଏମ୍‌ସି ସଭାପତି, ଲ୍ୟାମ୍ପସ ସଭାପତି ଓ ଅନ୍ୟମାନେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ରାଇସିଂ ବିଡ଼ିକା, ଭି.ଗୌରୀ ଜୟନ୍ତୀ, ଟୁନି ହୁଇକା, ହରପ୍ରସାଦ ହେପୃକା, କଣ୍ଠ ମାଝି, ସନ୍ଧ୍ୟାରାଣୀ ପୁଲାକା, ପ୍ରଶାନ୍ତ କୁଲେସିକା, ମଣିମାଳା ଶବର, ପତି କ୍ରାସ୍କା, ତିରୁପତି ବାନାଗାଡ଼ି, ବିନାୟକ କର, ଅମିୟ ସ୍ବାଇଁ, ବିଜୁ ଯୁବ ଜନତା ଦଳ ଜିଲା ସଭାପତି ଅବିନାଶ ବିଶୋଇ, ଚନ୍ଦ୍ରକାନ୍ତ ସାମଲ, ଅମିତ ନାୟକ, ଶ୍ରୀକାନ୍ତ ଚୌଧୁରୀଙ୍କ ସମେତ ପ୍ରାୟ ୪୦ଜଣ ବିଜେଡିର ବିଭିନ୍ନ ପଦବୀରୁ ଇସ୍ତଫା ଦେବା ସହ ବହୁ ସଂଖ୍ୟାରେ କର୍ମୀ ଦଳର ପ୍ରାଥମିକ ସଦସ୍ୟତା ଛାଡ଼ିଛନ୍ତି।

ଏହି ଅବସରରେ ଖବରଦାତା ସମ୍ମିଳନୀରେ ଭାସ୍କର କହିଛନ୍ତି, ୧୯୭୪ ମସିହାରୁ ବିଜୁ ପଟ୍ଟନାୟକଙ୍କ ଆବାହନରେ ଜନତା ଦଳରେ ଯୋଗଦେଇ ରାଜନୀତି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରାରମ୍ଭରୁ ବିଜେଡିରେ ରହି କଂଗ୍ରେସର ଅଭେଦ୍ୟ ଗଡ଼ ଅବିଭକ୍ତ କୋରାପୁଟ ଜିଲାରେ ବିଜେଡିକୁ ସଶକ୍ତ କରିଥିଲେ। ରାଜ୍ୟ ସଭା ସଦସ୍ୟ ସହ ଦଳୀୟ ପଦବୀରେ ରହି ନିଷ୍ଠାର ସହିତ ଦଳ ପାଇଁ କାମକରି ନିଜର ଦୁଇ ଭାଇଙ୍କୁ ହରାଇବା ସମେତ ବହୁ କିଛି ହରାଇଛନ୍ତି। ଗତ କିଛି ବର୍ଷ ହେବ ରାଜ୍ୟସ୍ତରୀୟ ନେତାମାନେ ଭାସ୍କର, ପୂର୍ବତନ ମନ୍ତ୍ରୀ ହିମିରିକାଙ୍କ ସମେତ ଜିଲାର ବହୁ ବରିଷ୍ଠ ନେତାଙ୍କୁ ଦଳରେ ଅଣଦେଖା କରିବା ଅତି ଦୁଃଖଦ ବୋଲି ଭାସ୍କର କହିଛନ୍ତି।

ପ୍ରକାଶ ଥାଉକି,୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଜିଲା ବିଜେଡିରେ ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଥିଲା। ଏହି ଗୋଷ୍ଠୀ ବିବାଦ କାରଣରୁ ୨୦୧୯ରେ ରାୟଗଡ଼ା ନିର୍ବାଚନମଣ୍ଡଳୀ ସମେତ କୋରାପୁଟ ଲୋକ ସଭା ଆସନ ମଧ୍ୟ ବିଜେଡି ହାତରୁ ଚାଲିଯାଇଥିଲା। ପରବର୍ତ୍ତୀ ସମୟରେ ୨୦୨୪ ସାଧାରଣ ନିର୍ବାଚନରେ ମଧ୍ୟ କୋରାପୁଟ ଲୋକ ସଭା ସମେତ ଜିଲାର ୩ଟି ବିଧାନସଭା ଆସନ ବିଜେଡି ହାତରୁ ଚାଲିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେସନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେସନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?