ସିରିଆକୁ ପରମାଣୁ ବୋମା ଦେଇ ଇସ୍ରାଏଲକୁ ନଷ୍ଟ କରିବାକୁ ଚାହୁଥିଲେ ଅବ୍ୱଦୁଲ କଦିର ଖାଁ: ମୋସାଦ ପୂର୍ବତନ ମୁଖ୍ୟ

ଜେରୁଜେଲମ,୧୧ ।୧୦: ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ପୂର୍ବତନ ମୁଖ୍ୟ ଡା. ଅନମୋନ ସୋଫରିନ ଦାବି କରିଛନ୍ତି ଯେ ସିରିଆକୁ ପରମାଣୁ ବୋମା ଦେଇ ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବ୍ୱଦୁଲ କଦିର ଖାଁ ଇସ୍ରାଏଲର ଅସ୍ତିତ୍ୱକୁ ନଷ୍ଟ କରିବାକୁ ଚାହୁଁଥିଲେ । ସୋଫରିନ ଆହୁରି ମଧ୍ୟ ଦାବି କରିଛନ୍ତି ଖାଁ ସିରିଆକୁ ଆଟମିକ ଟେକନିକ ବିକ୍ରି କରିଦେଇଥିଲେ ।
ଡା. ସୋଫରିନ କହିଛନ୍ତି ଅବ୍ୱଦୁଲ କାଦରି ଖାଁ ହେଉଛନ୍ତି ବିପର୍ଯ୍ୟୟର ବିଜ । ତେବେ ୨୦୦୦ ଦଶକର ମଧ୍ୟ ଭାଗରେ ସିରିଆ ପରମାଣୁ ଶକ୍ତି ହେବାର ନିକଟତର ହେଉଛି । ଏହାପରେ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ସବୁଠୁ ବଡ ଭୁଲର ନିକଟତର ହୋଇଛି ଯାହା ଦେଶର ଅସ୍ତିତ୍ୱକୁ ବିପଦରେ ପକାଇପାରେ । ୧୫ ବର୍ଷ ପୂର୍ବେ ସିରିଆର ଆଣବିକ ରିଆକ୍ଟର ଆବିଷ୍କାର ବିଷୟରେ ସୋଫରିନ ଇସ୍ରାଏଲ ସହ କଥାବାର୍ତ୍ତା କରି କହିଥିଲେ ଯେ ଖାଁ ବିଶ୍ୱର ଯେ କୌଣକି ବ୍ୟକ୍ତିଙ୍କୁ ଆଣବିକ ପ୍ରଯୁକ୍ତି ବିଦ୍ୟା ବିକ୍ରୟ କରିବାକୁ ପ୍ରସ୍ତୁତ । ସିରିଆରେ ପାକିସ୍ତାନର ସକ୍ରିୟତାକୁ ଦୃଷ୍ଟିରେ ରଖି ମୋସାଦ୍ ୨୦୦୦ ଦଶକ ଆରମ୍ଭରେ ସନ୍ଦେହ ସୃଷ୍ଟି କରିଥିଲେ । ଏହାପରେ, ସେଣ୍ଟ୍ରିଫ୍ୟୁଜ ସମ୍ବନ୍ଧୀୟ କାର୍ଯ୍ୟକଳାପ ବିଷୟରେ ସୂଚନା ଥିଲା । ଶେଷରେ, ଫେବୃୟାରୀ ୨୦୦୪ରେ ମୋସାଦ ସିରିଆର ଆଣବିକ କାର୍ଯ୍ୟକ୍ରମ ବିଷୟରେ ପ୍ରଥମ ଚେତାବନୀ ଦେଇଥିଲେ ।

Share