ପରଲୋକରେ ପୂର୍ବତନ ବିଧାୟକ ଅରୁଣ ଦେ

ଭୁବନେଶ୍ବର,୨।୮: ପୂର୍ବତନ ବିଧାୟକ ଅରୁଣ ଦେ’ଙ୍କ ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୬ ବର୍ଷ ହୋଇଥିଲା। ଅରୁଣ କରୋନାରେ ଆକ୍ରାନ୍ତ ହୋଇ କିଛି ଦିନ ହେଲା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ବାଲେଶ୍ବରରୁ ୫ ଥର ବିଧାୟକ ହୋଇଥିଲେ। ତାଙ୍କ ବିୟୋଗରେ ରାଜନୀତି ମହଲରେ ଶୋକର ଛାୟା ଖେଳିଯାଇଛି।