ବିଶ୍ୱସୁନ୍ଦରୀଙ୍କୁ ଧକ୍କା ମାରିଲା ବସ୍‌, ୬ ଦିନ କୋମାରେ ରହିବା ପରେ ଆଖିବୁଜିଲେ

ବୁଏନୋସ୍‌ ଆଇରେସ୍‌,୨୪।୧୨: ଆର୍ଜେଣ୍ଟିନାର ପୂର୍ବତନ ବିଶ୍ୱସୁନ୍ଦରୀ ନର୍ମା କାପାଗ୍ଲି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଡିସେମ୍ବର ୧୭ରେ ସେ ତାଙ୍କ ଘର ନିକଟରେ ବୁଲୁଥିଲେ। ଏକ ବସ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମୁଣ୍ଡରେ ଆଘାତ ଯୋଗୁ ସେ କୋମା ଅବସ୍ଥାକୁ ପଳାଇଥିଲେ। ୬ଦିନ ଧରି ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ୧୯୬୦ରେ ଲଣ୍ଡନରେ ନର୍ମା ମିସ ୱାଲର୍‌ଡ ଟାଇଟଲ ଜିତିଥିଲେ। ସେ ଆର୍ଜେଣ୍ଟିନାର ପ୍ରଥମ ମହିଳା ଯିଏକି ଏହି ଟାଇଟଲ ଜିତିଥିଲେ। ସେତେବେଳେ ନର୍ମାଙ୍କୁ ମାତ୍ର ୨୧ ବର୍ଷ ହୋଇଥିଲା। ତା’ପରେ ସେ ଅରମାନି ଏବଂ ଡିୟୋର ପରି ପ୍ରତିଷ୍ଠିତ ବ୍ରାଣ୍ଡ ପାଇଁ ମଡେଲିଂ କରିଥିଲେ। ମିସ ୱାଲର୍‌ଡ ଟାଇଟଲ ଜିତିବା ପରେ ତାଙ୍କୁ ପୁରସ୍କାର ଭାବରେ ୫୦୦ ପାଉଣ୍ଡ ଏବଂ ଏକ ସ୍ପୋର୍ଟସ କାର୍‌ ମଧ୍ୟ ମିଳିଥିଲା।

Share