Categories: ଜାତୀୟ

ପୂର୍ବତନ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା,୫।୧୧: ପଶ୍ଚିମବଙ୍ଗର ପଞ୍ଚାୟତିରାଜ ମନ୍ତ୍ରୀ ତଥା ଟିଏମ୍‌ସି ପାର୍ଟିର ବରିଷ୍ଠ ନେତା ସୁବ୍ରତ ମୁଖାର୍ଜୀଙ୍କ ଗୁରୁବାର ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛି ଦିନ ପୂର୍ବେ ସେ ହୃଦଘାତର ଶିକାର ହୋଇ କୋଲକାତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହୋଇ ଘରକୁ ଆସୁଥିଲେ।
ସୂଚନାନୁସାରେ, ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କାଳୀଘାଟସ୍ଥିତ ଘରେ ପୂଜା କରୁଥିଲେ। ଏହି ସମୟରେ ଖବର ପାଇ ସୁବ୍ରତ ମୁଖାର୍ଜୀ ଚିକିତ୍ସିତ ହେଉଥିବା ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ପହଞ୍ଚି ତାଙ୍କ ମୃତ୍ୟୁ ସମ୍ପର୍କରେ ଘୋଷଣା କରିଥିଲେ। ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି ସେ କହିଛନ୍ତି।

Share