ଭିଜିଲାନ୍ସ କୋର୍ଟରେ ପୂର୍ବତନ ମେଡିକାଲ ଅଫିସର ଦଣ୍ଡିତ

ଭବାନୀପାଟଣା,୨୪।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅଜିତ କୁମାର ନେଗୀ ସୋମବାର ଭିଜିଲାନ୍ସ ମାମଲାରେ ଦଣ୍ଡିତ ହୋଇଛନ୍ତି। ୨୦୧୪ରେ ଜଣେ ବ୍ୟକ୍ତିଙ୍କଠାରୁ ଏକ ପ୍ରସବ ମାମଲାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏ ନେଇ କୋରାପୁଟ ଭିଜିଲାନ୍ସ ବିଭାଗରେ ଏକ ମାମଲା (ନଂ.୧୩/୧୪) ରୁଜୁ ହୋଇଥିଲା। ଭବାନୀପାଟଣା ସ୍ବତନ୍ତ୍ର ବିଚାରପତି (ଭିଜିଲାନ୍ସ) ଶ୍ରୀକାନ୍ତ ମିଶ୍ର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ଅଜିତ କୁମାର ନେଗୀଙ୍କୁ ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଡାକ୍ତରଙ୍କ ପେନସନ ବନ୍ଦ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ଏହି ମାମଲା ସରକାରଙ୍କ ପକ୍ଷରୁ ଭିଜିଲାନ୍ସ ପିପି ଅଶ୍ୱିନୀ କୁମାର ସାହୁ ପରିଚାଳନା କରିଥିଲେ।