Categories: ଖେଳ

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ

ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। କାଉଡ୍ରେ ଇଂଲଣ୍ଡ ପାଇଁ ଯଦିଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ କିନ୍ତୁ ସେ କାଉଣ୍ଟି କ୍ରିକେଟ୍‌ରେ ବେଶ୍‌ ଲୋକପ୍ରିୟ ବ୍ୟାଟ୍ସମ୍ୟାନ୍‌ ଥିଲେ। ଗ୍ରାହାମ କାଉଡ୍ରେ କେଣ୍ଟ ପାଇଁ ୧୪ ହଜାରରୁ ଅଧିକ ରନ ସଂଗ୍ରହ କରିଥିଲେ ଏବଂ ଏହି ସମୟ ମଧ୍ୟରେ ୨୦ଟି ଶତକ ମାରିଥିଲେ। ସେହିପରି ସେ ୧୭୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୮୮୫୮ ରନ ସ୍କୋର କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ କାଉଡ୍ରେ ୧୭ଟି ଶତକ ହାସଲ କରିଥିଲେ। ଏଥି ସହିତ, ଲିଷ୍ଟ ଏ କ୍ରିକେଟରେ ୫୧୪୨ ରନ କରିଥିଲେ। ଗ୍ରାହାମ କାଉଡ୍ରେଙ୍କ ତାଙ୍କ ପିତା କାଉଡ୍ରେ ଏବଂ ଭାଇ କ୍ରିସ କାଉଡ୍ରେ ଇଂଲଣ୍ଡର ଅଧିନାୟକତ୍ୱ କରିଥିଲେ। ଗ୍ରାହାମଙ୍କ ଜେଜେବାପା ଏବଂ ଜ୍ୱାଇଁ ମଧ୍ୟ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ଗ୍ରାହାମ କାଉଡ୍ରେଙ୍କ ଆକସ୍ମିକ ଦେହାନ୍ତରେ କେଣ୍ଟ କ୍ରିକେଟ କ୍ଲବ ଏବଂ ସେମାନଙ୍କ ସାଙ୍ଗମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଗ୍ରାହାମ କାଉଡ୍ରେଙ୍କର ୩ ସନ୍ତାନ ଅଛନ୍ତି।

Share