କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା

ବେଙ୍ଗାଲୁରୁ,୪।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରୁପ୍ପାଙ୍କ ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଏସ୍‌ ସିଦ୍ଧରମେୟା କରୋନାରେ ପୀଡ଼ିତ ହୋଇଛନ୍ତି। ମଙ୍ଗଳାବର ସକାଳେ ଏନେଇ ସିଦ୍ଧରମେୟା ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରରେ ସେ ଲେଖିଛନ୍ତି, ସୋମବାର ଜ୍ୱର ହେବାରୁ ତାଙ୍କର କରୋନା ଆଣ୍ଟିଜେନ ଯାଞ୍ଚ କରାଯାଇଥିଲା। ତେବେ ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ଡାକ୍ତରଙ୍କ ପରାମର୍ଶକ୍ରମେ ଏବେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଥିସହ ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନେବା ସହ କ୍ୱାରାଣ୍ଟାଇନ୍‌ରେ ରୁହନ୍ତୁ ବୋଲି ସିଦ୍ଧରମେୟା ପରାମର୍ଶ ଦେଇଛନ୍ତି।

Share