Posted inଖେଳ

ପୂର୍ବତନ ଭାରତୀୟ କ୍ରିକେଟରଙ୍କ ପରଲୋକ

ମୁମ୍ବାଇ, ୧୬ା୯ (ପି.ଟି.)-ପୂର୍ବତନ ଭାରତୀୟ କ୍ରିକେଟର ସଦାଶିବ ରାଓଜୀ ପାଟିଲଙ୍କ ତାଙ୍କ କୋହ୍ଲାପୁରସ୍ଥିତ ବାସ ଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା। ନିଦ୍ରାଗତ ଅବସ୍ଥାରେ ମଙ୍ଗଳବାର ପ୍ରତ୍ୟୁଷରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପାଟିଲଙ୍କ ବିୟୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି। ପାଟିଲ ଜଣେ ମିଡିୟମ ପେସ୍‌ ବୋଲର ଥିଲେ। ୧୯୫୨-୫୩ ସିଜନରେ ମହାରାଷ୍ଟ୍ର ତରଫରୁ ତାଙ୍କର ପ୍ରଥମଶ୍ରେଣୀ ପଦାର୍ପଣ ପ୍ରଭାବଶାଳୀ ଥିଲା। ଏହି ମ୍ୟାଚ୍‌ରେ ମହାରାଷ୍ଟ୍ର ୧୬୭ ରନରେ ବୋଲ୍ଡ ହୋଇଯିବା ପରେ ପାଟିଲଙ୍କ ଚମତ୍କାର ବୋଲିଂ ଯୋଗୁ ଘରୋଇ କ୍ରିକେଟ ଚାମ୍ପିୟନ ମୁମ୍ବାଇକୁ ୧୧୨ରେ ଅଲଆଉଟ କରିଦେଇଥିଲେ। ଦ୍ୱିତୀୟ ଇନିଂସରେ ସେ ୬୮ରନ ବିନିମୟରେ ୩ ଉଇକେଟ ଅକ୍ତିଆର କରିଥିଲେ। ମହାରାଷ୍ଟ୍ର ୧୯ ରନରେ ବିଜୟ ଲାଭ କରିଥିଲା। ୧୯୫୫ରେ ବ୍ରାବୋର୍ନ ଷ୍ଟାଡିୟମରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କୁ ପଦାର୍ପଣ ଟେଷ୍ଟ ମ୍ୟାଚ ଖେଳିବା ସୁଯୋଗ ମିଳିଥିଲା। ସେତେବେଳେ ପଲି ଉମ୍ରିଗର ଭାରତୀୟ ଦଳର ଅଧିନାୟକ ଥିଲେ। ଭାରତ ଏହି ମ୍ୟାଚରେ ଏକ ଇନିଂସ ଓ ୨୭ ରନରେ ବିଜୟୀ ହୋଇଥିଲା। ପାଟିଲ ପ୍ରତ୍ୟେକ ଇନିଂସରେ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ଏହି ମ୍ୟାଚ ପୂର୍ବରୁ ପାଟିଲ ନ୍ୟୁଜିଲାଣ୍ଡ ବିପକ୍ଷ ଏକ ଅଭ୍ୟାସ ମ୍ୟାଚରେ ପଶ୍ଚିମାଞ୍ଚଳ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଏଥିରେ ସେ ୭୪ ରନ ବିନିମୟରେ ୭ ଉଇକେଟ ଅକ୍ତିଆର କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭାରତର ତରଫରୁ ଯଦିଓ ତାଙ୍କୁ ଆଉ କେବେ ସୁଯୋଗ ମିଳି ନ ଥିଲା, ସେ କିନ୍ତୁ ମହାରାଷ୍ଟ୍ର ତରଫରୁ ତାଙ୍କ ଖେଳ ଜାରି ରଖିଥିଲେ। ପାଟିଲ ଆହୁରି ମଧ୍ୟ ଲାଙ୍କାଶାୟାର ଲିଗ୍‌ରେ ଖେଳିଥିଲେ। ସେ ଦୁଇଟି ସିଜନ (୧୯୫୯ ଓ ୧୯୬୧)ରେ ୫୨ ମ୍ୟାଚ୍‌ ଖେଳି ୧୧୧ ଉଇକେଟ ଅକ୍ତିଆର କରିଥିଲେ। ପାଟିଲ ମହାରାଷ୍ଟ୍ରରୁ ୧୯୫୨ରୁ ୧୯୬୪ ପର୍ଯ୍ୟନ୍ତ ୩୬ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଥିଲେ। ସେ ୮୬୬ ରନ ସ୍କୋର କରିବା ସହ ୮୩ ଉଇକେଟ ଅକ୍ତିଆର କରିଥିଲେ। ସେ ଆହୁରି ମଧ୍ୟ ରଣ୍‌ଜୀ ଟ୍ରଫିରେ ମହାରାଷ୍ଟ୍ରର ଅଧିନାୟକତ୍ୱ କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri