ଭାଜପାରେ ସାମିଲ ହେଲେ ଏହି ପୂର୍ବତନ କ୍ରିକେଟର: ୧୭ ବର୍ଷରେ ଖେଳିଥିଲେ ପ୍ରଥମ ଟେଷ୍ଟ

ଭାରତୀୟ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ୍‌ ଭାଜପାରେ ସାମିଲ ହୋଇଛନ୍ତି। ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶିବରାମ ଭାଜପାରେ ଯୋଗ ଦେଇଛନ୍ତି। ତାମିଲନାଡୁର ଭାଜପା ଇନ୍‌ଚାର୍ଜ ସିଟି ରବିଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ ହୋଇଛନ୍ତି।
୧୭ ବର୍ଷ ବୟସରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଶିବରାମ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୩ରେ ପ୍ରଥମ ମ୍ୟାଚ୍‌ ଖେଳିବା ପରେ ଶିବରାମଙ୍କୁ ଅଧିକ ସୁଯୋଗ ମିଳି ନ ଥିଲା। ଯାହା ଫଳରେ ୧୯୮୭ରେ ସେ ଅବସର ନେଇଥିଲେ। କିନ୍ତୁ ଜଣେ ସମୀକ୍ଷକ ଭାବେ ସେ ବିଶ୍ୱବ୍ୟାପୀ ନିଜର ପରିଚୟ ସୃଷ୍ଟି କରିପାରିଥିଲେ। ୫୪ ବର୍ଷୀୟ ଲେଗ୍‌ ସ୍ପିନର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ ଭାରତ ପାଇଁ ୯ଟି ଟେଷ୍ଟ ଏବଂ ୧୬ଟି ଦିନିକିଆ ଖେଳିଛନ୍ତି।

Share