Categories: ଖେଳ

ଦୁଃଖରେ ଭାଙ୍ଗିପଡିଲେ ଏହି କ୍ରିକେଟର୍‌: କହିଲେ, କରୋନା ଛଡେଇ ନେଲା..

ଲକ୍ଷ୍ନୌ,୧୩।୫: ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଆରପି ସିଂଙ୍କ ପିତା ଶିବ ପ୍ରସାଦ ସିଂଙ୍କର କରୋନାରେ ମୃତ୍ୟୁ ହୋଇଛି। ଆରପି ସିଂ ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ତାଙ୍କ ପିତା ଅନେକ ଦିନ ଅସୁସ୍ଥ ଥିଲେ ଏବଂ ତାଙ୍କୁ ଲକ୍ଷ୍ନୌର ମେଦାଣ୍ଟା ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ନିକଟରେ ସିଂଙ୍କ ବାପା କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା।ଆରପି ସିଂ ଟୁଇଟ୍‌ କରି କହିଛନ୍ତି, ବହୁତ ଦୁଃଖର ସହ କହିବାକୁ ପଡୁଛି ଯେ, ମୋର ପିତା ଶିବ ପ୍ରସାଦ ସିଂଙ୍କ ଦେହାନ୍ତ ହୋଇଛି। କରୋନାରେ ସଂକ୍ରମିତ ମୋ ପିତା ଆମ ସମସ୍ତଙ୍କୁ ମେ ୧୨ରେ ଛାଡି ଯାଇଛନ୍ତି। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ।
ନିକଟରେ ଭାରତୀୟ କ୍ରିକେଟର ପୀୟୁଷ ଚାୱଲା ଏବଂ ଚେତନ ସାକରିଆଙ୍କ ପିତା ମଧ୍ୟ କରୋନା ଜୀବାଣୁ ଯୋଗୁ ମୃତ୍ୟୁବରଣ କରିଥିଲେ।

Share