Sourav Ganguly Biopic: ଗାଙ୍ଗୁଲିଙ୍କ ବାୟୋପିକର ମୁଖ୍ୟ ଭୂମିକାରେ ନଜର ଆସିବେ ଏହି ଅଭିନେତା, ହୋଇଗଲା ଫାଇନାଲ

ନୂଆଦିଲ୍ଲୀ,୨୧।୨: କପିଲ ଦେବଙ୍କଠାରୁ ଆରମ୍ଭ କରି ଏମଏସ ଧୋନୀ ଏବଂ ମିତାଲି ରାଜଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କ ଜୀବନୀ ଉପରେ ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏବେ ଏହି ତାଲିକାରେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନାମ ମଧ୍ୟ ଯୋଡି ହେବାକୁ ଯାଉଛି। ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ, ଗାଙ୍ଗୁଲି ନିଜେ ନିଶ୍ଚିତ କରିଛନ୍ତି ଯେ ତାଙ୍କ ଜୀବନୀ ଉପରେ ଏକ ବାୟୋପିକ ନିର୍ମିତ ହେବାକୁ ଯାଉଛି ଏବଂ ରାଜକୁମାର ରାଓ ତାଙ୍କ ଭୂମିକାରେ ଅଭିନୟ କରିବେ। ସୌରଭ ଗାଙ୍ଗୁଲିଙ୍କ ଭୂମିକା ପାଇଁ ଆୟୁଷ୍ମାନ ଖୁରାନା, ରଣବୀର କପୁର ଏବଂ ପ୍ରୋସେନଜିତ ଚାଟାର୍ଜୀଙ୍କ ଭଳି ନାମ ଚର୍ଚ୍ଚାରେ ଥିଲା।

ଏକ ସାକ୍ଷାତକାରରେ ସୌରଭ ଗାଙ୍ଗୁଲି ତାଙ୍କ ବାୟୋପିକ ନିଶ୍ଚିତ କରି କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ଶୁଣିଛି , ରାଜକୁମାର ରାଓ ମୁଖ୍ୟ ଭୂମିକାରେ ଅଭିନୟ କରିବେ, କିନ୍ତୁ ତାରିଖକୁ ନେଇ କିଛି ସମସ୍ୟା ଅଛି। ତେଣୁ ଫିଲ୍ମଟି ପରଦାକୁ ଆସିବାକୁ ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିପାରେ।

ସୌରଭ ଗାଙ୍ଗୁଲି ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକମାନଙ୍କ ମଧ୍ୟରୁ ଜଣେ। ତାଙ୍କ ଅଧିନାୟକତ୍ୱରେ, ଟିମ ଇଣ୍ଡିଆ ୨୦୦୨ ଆଇସିସି ଚାମ୍ପିଅନ୍ସ ଟ୍ରଫିର ମିଳିତ ବିଜେତା ହୋଇଥିଲା ଏବଂ ତାଙ୍କ ଅଧୀନରେ ଭାରତ ୨୦୦୩ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା। ଗାଙ୍ଗୁଲି ଦିନିକିଆ କ୍ରିକେଟ ଇତିହାସରେ ନବମ ସର୍ବାଧିକ ରନ ସ୍କୋରର ମଧ୍ୟ। ସେ ତାଙ୍କ ଦିନିକିଆ କ୍ୟାରିୟରରେ ୧୧,୩୬୩ ରନ କରିଥିଲେ। ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ରନ ବିଷୟରେ କହିବାକୁ ଗଲେ, ଗାଙ୍ଗୁଲି ତାଙ୍କ କ୍ୟାରିୟରରେ ୧୮,୫୭୫ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Valentine Day: ଭାଲେଣ୍ଟାଇନ୍ସ ଡେ’ରେ ଏହି ୩ ରାଶିର ଭାଙ୍ଗିବ ହୃଦୟ! ରୋମାଣ୍ଟିକ ଡିନର୍‌ରେ ଯିବେ ମୀନ ସହ ଏହି ୨ରାଶି…

ଆଜି ଭାଲେଣ୍ଟାଇନ୍ସ ଡେ। ପ୍ରେମର ଏହି ଦିନରେ, ଆଜି ପ୍ରେମ ରାଶିଙ୍କ ବିଷୟରେ ଆସନ୍ତୁ ଜାଣିବା। ମେଷ, ସିଂହ, କନ୍ୟା, ବିଛା ଏବଂ ମୀନ ରାଶିର ଲୋକମାନେ…

ରାତିରେ ଧୂମ୍‌ଧାମରେ ପାଳିଲେ ବିବାହବାର୍ଷିକୀ, ସକାଳୁ ପାଲଟିଗଲେ ଶବ

ବଣାଇଁ,୧୪ା୨(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ପର୍ଯ୍ୟଟନସ୍ଥଳ ଖଣ୍ଡାଧାରକୁ ୩୦ତମ ବିବାହ ବାର୍ଷିକୀ ପାଳନ ପାଇଁ ଆସି ଦମ୍ପତିଙ୍କ ମଧ୍ୟରୁ ଜଣେ ଶବ ହୋଇ ଫେରିବା…

ମହାଶିବରାତ୍ରିରୁ ଉତ୍ତର ଦିଗକୁ ଗତି କରିବେ ବୁଧ ଗ୍ରହ: ଏହି ୩ ରାଶିର ଭଲ ହେବ ନା ଖରାପ, ଜାଣନ୍ତୁ…

ବୈଦିକ ଜ୍ୟୋତିଷରେ, ବୁଧ ଗ୍ରହ ହେଉଛି ବୁଦ୍ଧି, ବାଣୀ, ତର୍କ, ଗଣିତ, ବ୍ୟବସାୟ ଏବଂ ଯୋଗାଯୋଗ ପାଇଁ ଦାୟୀ। ଏହା ଜଣେ ବ୍ୟକ୍ତିଙ୍କ ବିଶ୍ଳେଷଣାତ୍ମକ କ୍ଷମତା, ନିଷ୍ପତ୍ତି…

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

କଟକ ଜିଲାପାଳଙ୍କୁ ନୋଟିସ୍‌, ଦେବାଶିଷ ସାମନ୍ତରାୟଙ୍କ ଏହି ଅଭିଯୋଗ ନେଇ…

କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍‌ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍‌ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ…

ଦାଦନ ଶ୍ରମିକ ଗଣେଶଙ୍କ ୨ କିଡ଼ନୀ ନଷ୍ଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

କୃଷ୍ଣପ୍ରସାଦ,୧୪।୨(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଗିଲିନାସି ଗ୍ରାମର ଗଣେଶ ଚନ୍ଦ୍ର ପ୍ରଧାନ (୪୦ ବର୍ଷ)ଙ୍କର ଦୁଇଟି କିଡ଼ନୀ ନଷ୍ଟ ହୋଇଛି। ଓଳିଏ ଖାଇଲେ…

ନବଜାତ ଶିଶୁପୁତ୍ରଙ୍କୁ ବିଲରେ ଫିଙ୍ଗିଦେଲେ, କୁକୁର ଟାଣି ଟାଣି ନେବାବେଳେ…

ଜେନାପୁର,୧୪।୨(ଅଶୋକ ଦାସ): ଯାଜପୁର ଜିଲାରେ ଏକ ଅମାନୁଷିକ ଘଟଣା ଘଟିଛି। ଏଠାରେ ଏକ ବିଲରୁ ମୃତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ଯାଜପୁର ଜିଲା ଧର୍ମଶାଳା ବ୍ଲକ…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri