ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା କରୋନା ସଂକ୍ରମିତ

ସିରସା,୩ ।୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ୍ ନ୍ୟାଶନାଲ ଲୋକଦଳର ମୁଖ୍ୟ ଓମ ପ୍ରକାଶ ଚୌତାଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର ତାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଲାଗି ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ସୂଚନା ଅନୁଯାୟୀ, ତାଙ୍କ ନିକଟରେ କରୋନାର ବିଶେଷ ଲକ୍ଷଣ ଦେଖା ଯାଇ ନ ଥିବା ବେଳେ ନିଶ୍ୱାସ ନେବାରେ କିନ୍ତୁ ସେ କଷ୍ଟ ଅନୁଭବ କରୁଛନ୍ତି । ଏବେ ତାଙ୍କୁ ଆଇସୋଲେଶନରେ ରଖାଯାଇଛି । ଏକ ବିଶେଷ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି । ବୟସ ଅଧିକ କାରଣରୁ ଦିନେ ଦୁଇ ଦିନ ମଧ୍ୟରେ ତାଙ୍କର ଆହୁରି କିଛି ଟେଷ୍ଟ କରାଯିବ ବୋଲି ଡାକ୍ତର କହିଛନ୍ତି ।

 

Share